Odia News Portal

ଭାରତ ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱରକୁ ୨ ପୁରଷ୍କାର

ଭୁବନେଶ୍ୱର: ଭାରତ ସ୍ମାର୍ଟସିଟି ପ୍ରତିଯୋଗିତାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ମିଳିଛି ୨ଟି ପୁରସ୍କାର । ସାମାଜିକ ଦୃଷ୍ଟି କୋଣରୁ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବେଷ୍ଟ ଗଭନାନ୍ସ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି । ଗୃହ ଓ ନଗର ମନ୍ତ୍ରାଳୟ ପକ୍ଷରୁ ଷଷ୍ଠ ବାର୍ଷିକ ପୁରଷ୍କାର ଉତ୍ସବ ଆୟୋଜିତ ହୋଇଥିଲା । ଏହି ସ୍ମାର୍ଟସିଟି ପ୍ରଭିଯୋଗିତାରେ ୧୦୦ଟି ସହର ଭାଗ ନେଇଥିଲେ । ଭୁବନେଶ୍ୱର ସ୍ମାର୍ଟସିଟିର ଦୁଇଟି ପ୍ରକଳ୍ପ ବିଏସସିଏଲର ସାମାଜିକ ଦୃଷ୍ଟି କୋଣ ଓ ଶାସନ ବିଭାଗରେ ପୁରଷ୍କାର ପାଇଛି ।

ସୂଚନା ଥାଉକି, ମନ୍ଦିର ମାଳିନୀ ସହର ଭୁବନେଶ୍ୱର ସ୍ମାର୍ଟସିଟି ହିସାବରେ ପୂର୍ବରୁ ବହୁ ପୁରଷ୍କାର ପାଇଛି । ଭାରତରେ ଏକ ନମ୍ବର ସ୍ମାର୍ଟସିଟିର ମାନ୍ୟତା ମଧ୍ୟ ପାଇଛି । ସହରର ପରିଚର୍ଣ୍ଣତା ଓ ଉନ୍ନତି କରଣ ଲାଗି ଭାରତରେ ସବୁବେଳେ ପ୍ରଂଶସିତ ହୋଇ ଆସିଛି ଭୁବନେଶ୍ୱର । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ବିକାଶ ମୂଳକ କାର୍ଯ୍ୟକ୍ରମାନ ମଧ୍ୟ କରାଯାଉଛି । ଯେଉଁ ଦୃଷ୍ଟି କୋଣରୁ ସବୁବେଳେ ଭୁବନେଶ୍ୱରକୁ ଶ୍ରେଷ୍ଟ ସ୍ମାର୍ଟସିଟି ହିସାବରେ ଗଣାଯାଏ ।