Odia News Portal

ଇଏସଡିଏ ପରିବେଶ ଉକ୍ରର୍ଷତା ପୁରସ୍କାରରେ ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଏନ୍ଭାଇରନ୍ମେଂଟ ଆଣ୍ଡ ସୋସିଆଲ୍ ଡେଭଲପ୍ମେଂଟ ଆସୋସିଏସନ୍ (ଇଏସ୍ଡିଏ)
ପକ୍ଷରୁ ଆୟୋଜିତ ଇଏସ୍ଡିଏ ପରିବେଶ ଉକ୍ରର୍ଷତା ସମ୍ମାନ-୨୦୨୧ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)
ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ର ପ୍ର ଫେସର ଡକ୍ଟର ଶିଶିରକାନ୍ତ ବେହେରାଙ୍କୁ
ସମ୍ମାନିତ କରାଯାଇଛି ।

ଆଇଏଏସ୍ର ରିସର୍ଚ୍ଚ, କନ୍ସଲ୍ଟାଂସି ଏବଂ ପ୍ଲେସମେଂଟର ନିର୍ଦ୍ଦେଶକ ପ୍ରଫେସର ଡଃ ବେହେରାଙ୍କୁ ଇରିଗେସନ୍
ଇଞ୍ଜିନିୟରିଂ ଏବଂ ଗ୍ରାଉଣ୍ଡ ୱାଟର୍ ମ୍ୟାନେଜମେଂଟ ସିଷ୍ଟମ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନି ମନ୍ତେ ଏହି
ସମ୍ମାନ ପ୍ର ଦାନ କରାଯାଇଛି । ଅକ୍ଟୋବର ୧ ରୁ ୩ ତାରିଖ ମଧ୍ୟରେ ଦିଲ୍ଲୀ ଠାରେ ଇଏସ୍ଡିଏ ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ସମ୍ମିଳନୀ ୨୦୨୧ ଅନୁଷ୍ଠାନରେ ଏହି ସମ୍ମାନ ପ୍ର ଦାନ କରାଯାଇଛି ।