Odia News Portal

ଆଜି ସୋମେଶ୍ୱର ମହାଦେବଙ୍କ ରତ୍ନମୁଦ ଉତ୍ସବ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅନ୍ତର୍ଗତ ସମସରପୁର ଗ୍ରାମର ଗ୍ରାମ ଦେବତା ଶ୍ରୀ ଶ୍ରୀ ସୋମେଶ୍ୱର ମହାଦେବଙ୍କ ରତ୍ନମୁଦ ଉତ୍ସବ ପାଳିତ ହେଉଅଛି। ଆଜି ସୁଭଲଗ୍ନ ମୁତାବକ ଦିବା ୧୦.୪୩ ମିନିଟ୍ ଗତେ ପୁଜା କାର୍ଯ୍ୟ ଆରମ୍ଭ କରାଯାଇଅଛି। ସମସରପୁର ଗ୍ରାମ ପଞ୍ଚାୟତ ର ୱାର୍ଡ ନମ୍ବର ୬,୭,୮,୯,୧୦,୧୧,୧୨ ତଥା ବାଜପୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୱାର୍ଡ ନମ୍ବର ୯,୧୦,୧୧ ର ଗ୍ରାମ ଦେବତାଙ୍କ ରତ୍ନମୁଦ ଉତ୍ସବ ଯଥା ରୀତି ଅନୁସାରେ ଅନୁଷ୍ଠିତ ହେଉଛି।ଆଜି ସକାଳୁ ସୋମେଶ୍ୱର ମହାଦେବଙ୍କ ବନଯୋଗ,ଶିବାଭିଷେକ,ରାତ୍ନମୁଦ,ନଗର ପରିକ୍ରମା ସରିବାପରେ ଯଞ୍ଜ ସମାପନ କରାଯାଇଥିଲା। ପଣ୍ଡିତ ରଶ୍ମି ରଞ୍ଜନ ପାଣି,ସୁବ୍ରତ ଶତପଥୀ,ସୁଧୀର ମହାପାତ୍ର,ସୁଧାଂଶୁ ମହାପାତ୍ର ଙ୍କ ମନ୍ତ୍ର ଧ୍ଵନି ରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସୋମେଶ୍ୱର ମହାଦେବ ପୂଜା କମିଟି ଓ ସମସରପୁର ଗ୍ରାମ ବାସୀ ମାନଙ୍କ ସହଯୋଗ ରେ ପୂଜା କାର୍ଯ୍ୟ କରଯାଇଥିଲା‌ ।