Odia News Portal

ଗେମ୍ ଖେଳିବାକୁ ମନାକଲେ ବାପା, ରାଗରେ ବାପାଙ୍କ ଗଳା କାଟିଦେଲା ପୁଅ

ଗୁଜୁରାଟ: ମୋବାଇଲ ଆଜିକାଲି ସମସ୍ତଙ୍କ ଲାଗି ଏକ ଦରକାରୀ ବସ୍ତୁ ପାଲଟିଯାଇଛି । ପିଲାଠାରୁ ବୁଢ଼ା ସମସ୍ତେ ମୋବାଇଲ ବିନା ଚଳିବା କଷ୍ଟାସାଧ୍ୟ ହୋଇଯାଇଛି । ତେବେ ଜଣେ ୧୭ ବର୍ଷୀୟ ନାବାଳକ ଦିନରାତି ମୋବାଇଲରେ ଗେମ୍ ଖେଳୁଥିଲେ । ତେବେ ତାଙ୍କ ବାପା ମନା କରିବାରୁ ସେ ବାପାଙ୍କ ଗଳା କାଟି ହତ୍ୟା କରିଛନ୍ତି । ଗୁରୁରାଟରୁ ଆସିଛି ଏଭଳି ଘଟଣା । ଅର୍ଜୁନ ଅରୁଣ ସରକାରଙ୍କ ସହ ଘଟିଛି ଏଭଳି ଘଟଣା । ତାଙ୍କ ପୁଅ ଗଳାକାଟି ହତ୍ୟା କରିଛି ।
ଅର୍ଜୁନଙ୍କ ପୁଅ ସବୁବେଳେ ଖାଲି ମୋବାଇଲ ଧରି ଗେମ୍ ଖେଳୁଥିଲେ । ପାଠ ନପଢ଼ି ଗେମ୍ ଖେଳୁଥିବାରୁ ବାପା ବିରକ୍ତ ହୋଉଥିଲେ । ତେବେ ସେ ବାରଣ କରୁଥିବାରୁ ପୁଅର ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ସେ ଏକ ଧାରୁଆ ଅସ୍ତ୍ରରେ ବାପାଙ୍କ ଗଳା କାଟି ହତ୍ୟା କରିଥିଲା । ଅର୍ଜୁନଙ୍କ ସ୍ତ୍ରୀ ତାଙ୍କୁ ମୁର୍ମଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।