Odia News Portal

ସୋନୁଙ୍କ ନାଁରେ ସାଂଘାତିକ ଅଭିଯୋଗ

ବଲିଉଡ ଅଭିନେତା ସୋନୁଙ୍କ ସୁଦଙ୍କ ଅଡୁଆ ବଢି ଚାଲିଛି । ଆୟକର ବିଭାଗର ଲଗାତାର ସର୍ଭେ ପରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ୨୮ଟି ସ୍ଥାନରେ ସର୍ଭେ କରିଛି । ଯେଉଁଥିରେ ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ ଓ ଗୁଡଗାଓଁରେ ଯାଞ୍ଚ କରିଛି । ସବୁଠୁ ବଡ କଥା ହେଲା, ଏହି ସର୍ଭେ ସମୟରେ ସୋନୁ ଓ ତାଙ୍କ ସହଯୋଗୀ ୨୦ କୋଟି ଟଙ୍କାର ଆୟକର ହେରଫେର କରିଥିବା ଘଟଣା ସାମ୍ନାକୁ ଆସିଛି । ଏହାଛଡା ୨.୧ କୋଟି ଟଙ୍କାର ଅବୈଧ ବିଦେଶୀ ଦାନ, ୬୫ କୋଟି ଟଙ୍କାର ଜାଲ୍ ନେଣଦେଣ ହୋଇଥିବା ଜଣାପଡିଛି । ସିବିଡିଟି ପକ୍ଷରୁ କୁହାଯାଇଛି ଯେ, ନକଲି ସଂସ୍ଥା ଦ୍ୱାରା ଜାଲିଆତି ଓ ଋଣ ଆକାରରେ କୋଟି କୋଟି ଟଙ୍କା ଜମା ରଖାଯାଇଥିଲା । ଏପରିକି ଏଫସିଆରଏ ନିୟମର ଉଲ୍ଲଂଘନ କରି ବିଦେଶରୁ କ୍ରାଉଡଫଣ୍ଡିଙ୍ଗ ଜରିଆରେ ୨.୧ କୋଟି ଟଙ୍କା ଦାନ ଆକାରରେ ସଂଗ୍ରହ କରାଯାଇଛି ।