Odia News Portal

ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରୁ ଲୁଟ୍

କଟକ: ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଚୌଦ୍ୱାର-କଟକ ବିଧାୟକଙ୍କ ଘରୁ ଚୋରି ଅଭିଯୋଗ । ଗତକାଲି ରାତିରେ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଖୋଳତାଡ କରୁଛି ଚାଉଳିଆଗଞ୍ଜ ଥାନା ପୋଲିସ ।

ବିଧାୟକଙ୍କ ଘରୁ ଲୁଟ୍ ଘଟଣା ଜଣା ପଡ଼ିବା ପରେ କଟକ ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି । କଣ ଚୋରି ହୋଇଛି ? ସୁନା ଗହଣା ନା ଟଙ୍କା ପଇସା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆଗକୁ ସବିଶେଷ ସୂଚନା ମିଳିବା ଆଶା କରାଯାଉଛି ।