Odia News Portal

ଦକ୍ଷିଣ ମୋଡ଼ ନେଲେ ତିନି ରଥ

ପୁରୀ: ବାହୁଡ଼ା ଲାଗି ପ୍ରସ୍ତୁତି । ଦକ୍ଷିଣ ମୋଡ଼ ନେଇଛନ୍ତି ତିନି ରଥ । ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ ରହିଛନ୍ତି । ଆଜ୍ଞାମାଳ ବିଜେ ପରେ ସେବାୟତ, ପୋଲିସଙ୍କ ସହାୟତାରେ ୩ ରଥକୁ ଶରଧାବାଲିକୁ ଟାଣି ନେଉଛନ୍ତି । ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ କରିଥିବାବେଳେ ନାକଚଣା ଦ୍ୱାର ଦେଇ ବାହୁଡା଼ ଯାତ୍ରାରେ ବାହାରି ଥାନ୍ତି କ୍ଷ ତେବେ ଆଜି ସକାଳଧୂପ ପରେ ଆଜ୍ଞାମାଳ ବିଜେ କରାଯାଇଥିଲା। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥକୁ ଦକ୍ଷିଣ ମୋଡ କରାଯାଇଛି।