Odia News Portal

ଡରାଇଲାଣି ତେଳ ଦର

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ତେଳ ଦର । ସେ ପେଟ୍ରୋଲ ଡିଜେଲ ହେଉ ବା ଖାଇବା ତେଲ । ସବୁଦର ଏବେ ମହଙ୍ଗା ହେବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଢ଼କ ପଡିଛି । ପେଟ୍ରୋଲ ଦର ରାଜ୍ୟରେ ୧୦୦ ପାର କରି ସାରିଲାଣି । ଲକଡାଉନ ସମୟରେ ଲୋକେ କାମ ଧନ୍ଦା ନପାଇ ଘରେ ବସିଥିବା ବେଳେ ଏଭଳି ବାରମ୍ବାର ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଏବେ ସବୁଠି ଚର୍ଚ୍ଚା କେବେ କମିବ ତେଲ ଦର ।

ଆଜି ରାଜ୍ୟର ଅଧିକାଂଶ ସହରରେ ପେଟ୍ରୋଲ ଦର ୯୯ ଟଙ୍କା ଉପରେ ରହିଥିବା ବେଳେ ୧୦୦ ଟଙ୍କା ୬୭ ପଇସା ରହିଛି । ସେପଟେ ଦେଶର ବଡ଼ ବଡ଼ ସହରରେ ମଧ୍ୟ ତେଳଦର ଆକାଶ ଛୁଆଁ ରହିଛି । ନିୟମିତ ବ୍ୟବଧାନରେ ବଢ଼ିବାରେ ଲାଗିଛି ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୩୫ ପଇଷା ବୃଦ୍ଧି ପାଇ ଲିଟର ପ୍ରତି ୯୯.୫୧ ଟଙ୍କାରେ ପହଂଚିଛି । ସେହିଭଳି ଡିଜେଲ ଦର ୧୮ ପଇସା ବୃଦ୍ଧି ପାଇ ୮୯.୩୬ ରେ ପହଂଚିଛି ।