Odia News Portal

ଜାଗରରେ ଭକ୍ତଙ୍କ ପାଇଁ କଟକଣା ଜାରି

ସମସ୍ତ ଜିଲ୍ଳାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି

ଭୁବନେଶ୍ୱର: ମହାଶିବରାତ୍ରି ପାଇଁ ଜାରି ହେଲା କଟକଣା । କରୋନା ମହାମାରୀକୁ ଦୃଷ୍ଟିରେ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଶିବ ମନ୍ଦିର ଭିତରେ ଓ ବାହାରେ ଗହଳି ଉପରେ କଟକଣା ଜାରି କରାଯାଇଥିବା ବେଳେ ଯେପରି କୌଣସି ମେଳା ନ ପଡେ ତାହା ଉପରେ ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି । ଏନେଇ ସମସ୍ତ ଜିଲ୍ଳାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଗାଇଡଲାଇନ ଅନୁଯାୟୀ, ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଏହି ଗାଇଡ୍ ଲାଇନ୍ ଅନୁସାରେ ମହାଶିବରାତ୍ରୀ ଅବସରରେ ଶୈବପୀଠ ସହ ଅନ୍ୟାନ୍ୟା ଦେବାଦେବୀଙ୍କ ମନ୍ଦିରରେ ଭିଡ ଉପରେ ରୋକ୍ ଲଗାଯିବ । ମନ୍ଦିର ଭିତରେ ଓ ବାହାରେ ଜନ ଗହଳି ଉପରେ କଟକଣା ଲଗାଯାଇଛି । ଏହି ଅବସରରେ ବସୁଥିବା ମେଳା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମେଳାରେ ଅଧିକ ଲୋକ ସମାଗମ ହେତୁ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ ତେଣୁ ଏଭଳି ସ୍ଥିତିରେ ମେଳା ବସିବା ଅନୁଚିତ୍ ।

କୋଭିଡ୍ ଗାଇଡ୍ ଲାଇନ୍‌କୁ ଦୃଷ୍ଟିରେ ରଖି ଶିବରାତ୍ରୀରେ ମନ୍ଦିର ଆସୁଥିବା ଭକ୍ତମାନେ ମନ୍ଦିର ପରିସରେ ଓ ବାହାରେ ବସିବା ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବେ । ଏହାସହ ଅନେୟ କୋଭିଡ୍ ନିୟମକୁ ମାନିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ବାରା ଦର୍ଶାଯାଇଛି । ଏହି ସମୟରେ ଯେଉଁଭଳି କୋଭିଡ୍ କଟକଣା ପାଳନ ହେବ ସେଥିଲାଗି ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଜାଗରରେ ଅଧିକ ସଂଖ୍ୟାରେ ଜନ ସମାଗମ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଯେଉଁମାନେ ଏହି କଟକଣାକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।