Odia News Portal

ସୌମ୍ୟଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାର ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ୨ ଜଣିଆଁ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୌମ୍ୟଙ୍କ ବାସ ଭବନରେ ପହଞ୍ଚି ତଦନତ ଆରମ୍ଭ କରିଛନ୍ତି । ତେଚବେ କ୍ରାଇମବ୍ରାଞ୍ଚ ସହ ସାଇଣ୍‌ଟିଫିକ୍ ଟିମ ଏବଂ ପାରଳାଖେମୁଣ୍ଡି ପୋଲିସ ରହିଛନ୍ତି । ତେବେ ତଦନ୍ତ କଣ ହେଉଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ସୂଚନା ଥାଉକି, ପାରଳାଖେମୁଣ୍ଡର ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଜୁଲାଇ ୧୨ରେ ହୋଇଥିଲା । ନିଆଁ ଲାଗି ମୃତ୍ୟୁ ହୋଇଥିଲା । ଶରୀର ୯୦ ପ୍ରତିଶତ ପୋଡିଯାଇଥିଲା । ତେବେ ଏହି ମୃତ୍ୟୁ ପଛରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଏବଂ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସମ୍ପୃକ୍ତି ରହିଥିବା ନେଇ ବାରମ୍ବାର ସୌମ୍ୟଙ୍କ ପରିବାର ଅଭିଯୋଗ କରି ଆସୁଛନ୍ତି । ପୋଷ୍ଟମଟମ ରିପୋର୍ଟ ଆସିଛି ଏପରିକି ଡିଏଫଓଙ୍କୁ ମଧ୍ୟ କ୍ଲିନଚିଟ୍ ଦିଆଯାଇଛି । ତଥାପି ମୃତ୍ୟୁ ଉପରୁ ରହସ୍ୟ ହଟିନାହିଁ । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହେଉଥିଲା । ତେବେ ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ଅନୁମତି ମିଳିବା ପରେ ଆରମ୍ଭ ହୋଇଛି ତଦନ୍ତ ।