Odia News Portal

ଶୀତରେ କେମିତି ପାଇବେ ସର୍ଦ୍ଦିରୁ ରକ୍ଷା

ଶୀତଋତୁର ଆଗମନରେ ଚାରିଆଡ଼େ ଏବେ ଶୀତର ଲହରୀ ଖେଳିଗଲାଣି । ଆଲମିରାରୁ ସ୍ୱେଟର୍ ଏବଂ ମୋଟା ମୋଟା କମ୍ବଳ ବାହାରିବା ଆରମ୍ଭ ହୋଇଗଲାଣି । ଏହି ସମୟରେ ଖାଦ୍ୟପେୟର ଉଚିତ୍ ଧ୍ୟାନ ନଦେଲେ ନାନା ପ୍ରକାରର ରୋଗ କୁଣିଆ ହୋଇ ଶରୀରକୁ ଚାଲିଆସନ୍ତି । ତେବେ ଏଥିପାଇଁ ଶରୀର ପ୍ରତି ଯତ୍ନବାନ୍ ହେବା ନିହାତି ଜରୁରୀ , ନହେଲେ ଅବେଳରେ ରୋଗାଗ୍ରସ୍ତ ହୋଇ ଖଟରେ ପଡ଼ିବା ସାର ହେବ । ଆସନ୍ତୁ ଜାଣିବା ଏହି ଅମାନିଆ ରୋଗରୁ କେଉଁ ଉପାୟରେ ନିଜକୁ ଦୂରେଇ ରଖିବା ।

ଡ଼ାଏଟରେ ଓମେଗା-୩ ଫେଟି ଏସିଡ଼୍ ନିଅନ୍ତୁ : ଶୀତରେ ଫ୍ଲୁ , ଗଣ୍ଠିବ୍ୟଥା,ସଂକ୍ରମଣ ଭଳି ସମସ୍ୟା ଦେଖାଯାଏ । ଏହି ସମସ୍ୟାରୁ ନିସ୍ତାର ପାଇବା ପାଇଁ ଓମେଗା-୩ ଫେଟି ଏସିଡ଼୍ ଭଳି ଖାଦ୍ୟ ଯେପରି ଅଖରୋଟ୍ , ବାଦମ୍ , ଫ୍ଲାକ୍ସସିଡ଼୍ , ତେଲିଆ ମାଛ ଖାଇବା ଆବଶ୍ୟକ ।

ଫଳ ଓ ପରିବା ଖାଇବା : ଶୀତଋତୁରେ ଫଳ ଓ ପରିବା ଖାଇବା ନିହାତି ଜରୁରୀ । ଯେଉଁଥିରୁ ଶରୀରକୁ ଭିଟାମିନ୍ ଏ,ସି,ବି ଏବଂ ଫାଇବର୍ ମିଳିଥାଏ ଏବଂ ଇମ୍ୟୁନିଟି ବଢିଥାଏ । ଏଥିରେ ଶରୀର ଫିଟ୍ ରହିଥାଏ ।