Odia News Portal

ପରଲୋକରେ ବିଶିଷ୍ଟ ରାଜନୀତି ସମୀକ୍ଷକ ସୁଧାଂଶୁ ତ୍ରିପାଠୀ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ରାଜନୈତିକ ସମୀକ୍ଷକ ସୁଧାଂଶୁ କୁମାର ତ୍ରିପାଠୀଙ୍କ ପରଲୋକ। ଗତ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ସେ ଚିକିତ୍ସାଧୀନ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ୪ ବର୍ଷ ହେଲା କ୍ୟାନ୍ସର ସହ ଲଢୁଥିବା ସୁଧାଂଶୁଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ଯାଜପୁର ଜିଲ୍ଲା ମୁରାରିପୁରରେ ସେ ଜନ୍ମଗ୍ରହଣ କରିଥିବାବେଳେ ତାଙ୍କ କର୍ମଭୂମି ଥିଲା କଟକ ଏବଂ ଭୁବନେଶ୍ୱର। ସେ ଭୁବନେଶ୍ୱର ଉପକଣ୍ଠ ଗଙ୍ଗାପାଟଣାରେ ୪୦ ବର୍ଷ ହେଲା ରହୁଥିଲେ। ତାଙ୍କ ବିୟୋଗରେ ପରିବାର ବର୍ଗ, ପ୍ରିୟଜନଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।