Odia News Portal

ନଦୀକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସାଲେପୁର() ନଦୀ ପୋଲରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ବରପଡା ନଦୀ ପୋଲ ଉପରେ ସାଇକେଲ ରଖି ଛାତ୍ରୀ ଜଣଙ୍କ ଲୁଣା ନଦୀକୁ ଡେଇଁ ପଡ଼ିଛନ୍ତି । ଛାତ୍ରୀ ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି ବଲ୍ଲଭ ଦେବୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପଢୁଥିବା ରୋଲାନି ମହାନ୍ତି ।ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତାଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି। ତେବେ କାହିଁକି ଛାତ୍ରୀ ଜଣଙ୍କ ପାଣିକୁ ଡେଇଁଲେ,ଏନେଇ କିଛି ଜଣାପଡ଼ିନାହିଁ।