Odia News Portal

ଆରପିଏଫ ସୁରକ୍ଷାକର୍ମୀ ସୁମନ ଦେବୀ ବାନ୍ଧିଲେ ରେଳମନ୍ତ୍ରୀଙ୍କ ହାତରେ ରାକ୍ଷୀ

କଳାହାଣ୍ଡି: କଳାହାଣ୍ଡି ଗସ୍ତରେ ଅଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତିି ଆରପିଏଫ ସୁରକ୍ଷାକର୍ମୀ ସୁମନ ଦେବୀ । ସୁମନ ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ଦୂରରେ ଥିବାରୁ ଭାଇକୁ ରାକ୍ଷୀ ବାନ୍ଧି ପାରିନଥିଲି ତେଣୁ ମନରେ କଷ୍ଟ ଥିଲା ତେବେ ଆଉ ଜଣେ ଭାଇଙ୍କୁ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି।’