Odia News Portal

ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ

ରାଜ୍ୟର ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶା ଯୁବମଞ୍ଚ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ବନ୍ଦର ପ୍ରଭାବ ସୁନ୍ଦରଗଡ଼ ସହରରେ ପଡ଼ିଛି । ଦୋକାନ ବଜାର, ଗାଡ଼ି ମଟର ବସ୍ ଓ ଟ୍ରକ ଚଳାଚଳ ବନ୍ଦ ରହିଛି ।ବିଜୁ ପଟ୍ଟନାୟକ ଛକ, ବାଇପାସ ଛକ, କଲେଜ ଛକ ଓ ଶଙ୍କରା ଛକଠାରେ ରାସ୍ତା ରୋକ କର । ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ, ସାମାଜିକ ସଂଗଠନ ଓ ବିଭିନ୍ନ ୟୁନିୟନ ପଷରୁ ସମର୍ଥନ ମିଳିଛି । ସୁନ୍ଦରଗଡ଼ରେ ରାଜ୍ୟର ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ନିକଟରେ କହିଥିଲେ ।