Odia News Portal

ନୂଆ ଡିଜିପି ଦାଇତ୍ୱ ଗ୍ରହଣ କଲେ ସୁନିଲ ବଂଶଲ

ଦାୟିତ୍ବ ଗ୍ରହଣ କଲେ ନୂଆ ଡିଜିପି ସୁନୀଲ ବଂଶଲ । ଡିଜିପି ଅଭୟଙ୍କ ଅବସର ପରେ ତାଙ୍କ ସ୍ଥାନରେ ନୂଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ସୁନୀଲ ବଂ । କଟକ ସ୍ଥିତ ପୋଲିସ ମୁଖ୍ୟ କାର୍ୟ୍ୟାଳୟରେ ଆନୁଷ୍ଠାନିକ ଭାବେ ସୁନୀଲଙ୍କୁ ଗାର୍ଡ ଅଫ ଅନର ପରେ ଦିଆଯାଇଛି । ଏହି ଅବସରରେ ବରିଷ୍ଠ ପୋଲିସ ଅଧିକାରୀମାନେ ସାମିଲ ହୋଇଥିଲେ ।
୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ସୁନିଲ ବଂଶଲ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବରେ କାର୍ୟ୍ୟରତ ଥିଲେ । ପୂର୍ବରୁ ଓଡ଼ିଶାରେ ମଧ୍ୟ ସେ କାମ କରିସାରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା, ମାଓ ଦମନ, ବରିଷ୍ଠ ନାଗରିକ ତଥା ନାରୀ ସୁରକ୍ଷା, ସାଇବର ଅପରାଧ ରୋକିବା ଦିଗରେ ତାଙ୍କ ନଜର ରହିବ । ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ମଧ୍ୟାରେ ସାରିବା ନୂଆ ଡିଜିପିଙ୍କ ମୁଖ୍ୟ ଲକ୍ଷ ରହିବ ।