Odia News Portal

ଅଧିନାୟକଙ୍କ ନାମ ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ

ସନରାଇଜର୍ସ ହାଇଦ୍ରାବାଦ ଏହାର ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ମାର୍କ୍ରାମ ଦକ୍ଷିଣ ଆଫ୍ରିକାରେ ନିକଟରେ ଶେଷ ହୋଇଥିବା ଟି -୨୦ ଫ୍ରାଞ୍ଚାଇଜ୍ ଲିଗ୍ (SA20) ରେ ସନରାଇଜର୍ସ ଫ୍ରାଞ୍ଚାଇଜ୍ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ନେଇଥିଲେ। ସେ ମଧ୍ୟ ତାଙ୍କ ଦଳକୁ ଚାମ୍ପିଅନ୍ କରିଥିଲେ। ୬ଟି ଦଳର ଏହି ଲିଗରେ ସନରାଇଜର୍ସଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା | ଲିଗ୍‌ର ଅନ୍ତିମ ମ୍ୟାଚ୍‌ରେ ପ୍ରିଟୋରିଆ କ୍ୟାପିଟାଲ୍ସକୁ ପରାସ୍ତ କରି ସନରାଇଜର୍ସ ଫ୍ରାଞ୍ଚାଇଜ୍ ଟାଇଟଲ୍ ଜିତିଥିଲା ​​| ସାଉଥ ଆଫ୍ରିକା୨୦ ରେ ଦଳର ସଫଳତାକୁ ଧ୍ୟାନରେ ରଖି ଆଇପିଏଲରେ ମଧ୍ୟ ଏହି ଦାୟିତ୍ୱ ତୁଲାଇବା ପାଇଁ ସନରାଇଜର୍ସ ଫ୍ରାଞ୍ଚାଇଜ୍ ଆଡେନ ମାର୍କ୍ରାମଙ୍କୁ ବାଛିଥିଲେ।

ଉଲ୍ଲେଖ ଥାଉ କି ଆଇପିଏଲ-୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଦାୟିତ୍ୱ କେନ ଉଇଲିୟମସନ ଦିଅଯାଇଥିଲା | ତେବେ ସେ ନିଜ ଟିମକୁ ପ୍ଲେ ଅଫରେ ସ୍ଥାନ ଦେଇପାରିନଥିବାରୁ ସନରାଇଜର୍ସ ଆଇପିଏଲ୍ ୨୦୨୩ ପାଇଁ ୱିଲିୟମସନଙ୍କୁ ମଧ୍ୟ ରଖିନଥିଲେ | ସେହି ଦିନଠାରୁ ଏହି ଫ୍ରାଞ୍ଚାଇଜ୍ ଏହାର ଅଧିନାୟକ ଖୋଜୁଥିଲା | ଯେତେବେଳେ ଆଇପିଏଲ ୨୦୨୩ ପାଇଁ ନିଲାମରେ ସନରାଇଜର୍ସ ମାୟାଙ୍କ ଅଗ୍ରୱାଲଙ୍କୁ କିଣିଥିଲା, ଆଶା କରାଯାଉଥିଲା ଯେ ଅଗ୍ରୱାଲ ସନରାଇଜର୍ସର ଅଧିନାୟକ ଦାୟିତ୍ୱ ଗ୍ରହଣ କରିବେ | କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ଏହାର ନୂତନ ଅଧିନାୟକଙ୍କ ଭାବେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।