Odia News Portal

ବିବିସି ଡକ୍ୟୁମେଣ୍ଟାରୀ ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ବିବିସି ଡକ୍ୟୁମେଣ୍ଟାରୀ ନିଷିଦ୍ଧ କରିବା ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଗୁଜରାଟ ଦଙ୍ଗା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ଏହି ବିବିସି ଡକ୍ୟୁମେଣ୍ଟାରୀକୁ କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି ।

କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ବରିଷ୍ଠ ସାମ୍ବାଦିକ ଏନ୍ ରାମ, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର, ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଏମଏଲ ଶର୍ମା କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏମ.ଏମ ସୁନ୍ଦରଶଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରିବେ।

ଡକ୍ୟୁମେଣ୍ଟାରୀ ରିଲିଜ୍ ସହିତ ୟୁଟ୍ୟୁବ୍ ଭିଡିଓ ଏବଂ ଏ ସମ୍ବନ୍ଧୀୟ ଟ୍ୱିଟର ଲିଙ୍କ୍‌ ମଧ୍ୟ କେନ୍ଦ୍ର ସରକାର ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦ ସମାଲୋଚନା କରିବା ସହ ଏହାକୁ ସେନ୍ସରସିପ୍ ବୋଲି କହିଥିଲେ।