Odia News Portal

ତାଜମହଲ ସମ୍ପର୍କିତ ‘ଭୁଲ୍ ତଥ୍ୟ’ ଇତିହାସ ପୁସ୍ତକରୁ ହଟାଇବାକୁ ହୋଇଥିବା ଆବେଦନର ଶୁଣାଣି କଲେନି ସୁପ୍ରିମକୋର୍ଟ

ଇତିହାସ ପୁସ୍ତକରୁ ତାଜମହଲ ସମ୍ପର୍କିତ ‘ଭୁଲ ତଥ୍ୟ’ ହଟାଇବାକୁ ଦାବି କରି ଦାୟର ଏକ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ତାଜମହଲର “ପ୍ରକୃତ ବୟସ” ନିର୍ଣ୍ଣୟ କରିବା ଏବଂ ଇତିହାସ ପୁସ୍ତକଗୁଡ଼ିକରେ ଏହାର ନିର୍ମାଣ ସମ୍ବନ୍ଧୀୟ ଭୁଲ୍ ତଥ୍ୟକୁ ହଟାଇବା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ନିର୍ଦ୍ଦେଶ ଦେବାକୁ ଏକ ଆବେଦନ କରାଯାଇଥିଲା।

ଜଷ୍ଟିସ୍ ଏମଆର ଶାହା ଏବଂ ସିଟି ରବିକୁମାରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ଆବେଦନ ଶୁଣିବାକୁ ମନା କରିଦେଇଛନ୍ତି । ଆବେଦନକାରୀଙ୍କୁ ଖଣ୍ଡପୀଠ କହିଛନ୍ତି ଯେ ଏଭଳି ପ୍ରସଙ୍ଗକୁ ଏଏସଆଇ ପାଖକୁ ନିଆଯିବା ଉଚିତ।

କୋର୍ଟ କହିଛନ୍ତି, “ପ୍ରତ୍ୟେକ ପ୍ରସଙ୍ଗରେ କୋର୍ଟକୁ ଟାଣନ୍ତୁ ନାହିଁ। ତାଜମହଲର ପ୍ରକୃତ ବୟସ କ’ଣ କିମ୍ବା ୪୦୦ ବର୍ଷ ପୂର୍ବେ ଏହା ସହ ଜଡିତ ତଥ୍ୟ କ’ଣ ତାହା କୋର୍ଟ କିପରି ନିଷ୍ପତ୍ତି ନେଇପାରିବେ?”

ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ଆବେଦନକାରୀ ସୁରଜିତ ସିଂ ଯାଦବ ଆବେଦନ ପ୍ରତ୍ୟାହାର କରିଛନ୍ତି।