Odia News Portal

ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପସଭାପତି ହେଲେ ସୁରଥ ପ୍ରଧାନ

ବ୍ରହ୍ମପୁର: ଗଞ୍ଜମ ବ୍ଲକ ର ପୂର୍ବତନ ଅଧକ୍ଷ ତଥା ବର୍ତମାନ ସୁବଳୟା ପଂଚାୟତର ସମିତି ସଭ୍ୟ ତଥା ସମାଜ ସେବୀ ସୁରଥ ପ୍ରଧାନ ହେଉଛନ୍ତି ଗଞ୍ଜମ ଜିଲ୍ଲା ବିଜୁ ଜନତା ଦଳ ଉପ ସଭାପତି ରୂପେ ମନୋନୀତ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଡ. ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଘୋଷଣା କରିଛନ୍ତି। ଏ ନେଇ ନୂତନ ଉପ ସଭାପତି ସୁରଥ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚାଉ ପଟନାୟକ ,ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା,ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଙ୍କୁ ଶୁଭେତ୍ସା ଜଣେଇ ଛନ୍ତି।ସେ କହିଛନ୍ତି ଆଗାମୀ ଦିନରେ ଆହୁରି ଦଳକୁ ଶକ୍ତିଶାଳୀ କରିବି ଓ ସଂଘଟନ କୁ ସୁଦୃଢ କରିବି ।

ଅନ୍ୟ ପଟେ ନୂତନ ଦାଇତ୍ୱ ମିଳିବା ପରେ ବ୍ଲକ ଉପାଧକ୍ଷ ମିନତୀ ପ୍ରଧାନ,ଜିଲ୍ଲା ପରିଷଦ ଜେ ସଂତୋଷି,ସରପଞ୍ଚ ସନ୍ତୋଷ ରେଡି,ଚନ୍ଦ୍ରମୋହନ ସାହୁ,ସନ୍ତୋଷ କୁମାର ସେଠୀ,ନିରଞ୍ଜନ ରେଡି,ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ,ଶତ୍ରୁଘଂ ମହାଙ୍କୁଡ,ବ୍ଲକ ଯୁବ ସଭାପତି ଅନ୍ତଯ୍ୟାମୀ ବେହେରା,ଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର, ବିଜେଡି ଯୁବ ନେତା ରଞ୍ଜିତ କୁମାର ପଲେଇ,କୃଷ୍ଣ ଚନ୍ଦ୍ର ପଲେଇ,ପ୍ରମୁଖ ଙ୍କ ସମେତ ବିଭିନ୍ନ ମହଲରୁ ଶୁଭେତ୍ସା ଓ ଶୁଭ କାମନା ଜଣେଇଛନ୍ତି।