Odia News Portal

ସୁଟିଂ କରିବାକୁ ଡାକି ଅଭିନେତ୍ରୀଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ: ଥମିବାର ନାଁ ଧରୁନି ଲଜ୍ଜା । ସୁଟିଂ କରିବାକୁ ଡାକି ଅଭିନେତ୍ରୀଙ୍କୁ ଗଣଦୁଷ୍କର୍ମ । ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଲଜ୍ଜା ଖବର । ସୂଚନା ମୁତାବକ, ଫରହାନ ନାମକ ଜଣେ ୟୁଟ୍ୟୁବର ଜଣେ ମଡେଲଙ୍କୁ ଅଭିନୟ କରିବା ଲାଗି ଡାକିଥିଲେ । ହୋଟେଲକୁ ଯିବା ପରେ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇଥିଲେ । ତେବେ ଯୁବତୀ ଜାଣିବା ପରେ ତାଙ୍କ ଭାଇଙ୍କୁ ଫୋନ କରିଥିଲେ । ତେବେ ଭାଇ ଆସିବା ପୂର୍ବରୁ ସେମାନେ ଜଣକ ପରେ ଜଣେ ମାଡ଼ ମାରି ଦୁଷ୍କର୍ମ କରିଥିଲେ । ତେବେ ଖବରରୁ ଜଣାପଡ଼ିଛି କି, ପିଡ଼ିତା ଜଣକ ନାବାଳିକା ।