Odia News Portal

ତହଁକ କୁଟୁମ ପକ୍ଷରୁ ନୁଆଁଖାଇ ପାଳିତ

ବଲାଙ୍ଗିର: ଲୋଇସିଂହା ବ୍ଳକ ଅନ୍ତର୍ଗତ ତାଲଜୁରି ଗ୍ରାମରେ ତହଁକ୍ କୁଟୁମ୍ ତରଫରୁ ନୁଆଁଖାଇ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ସମସ୍ତ ଗ୍ରାମବାସୀ ନିଜ ନିଜ ଘର ଆଗରେ କଲସ ବସାଇ କବି କଲାକାର ମାନଙ୍କୁ ସ୍ଵାଗତ କରିଥିଲେ। ଏହି ନିଆରା ପରମ୍ପରା ଗାଁ ରେ ତିଆରି କରିଥିଲା ଭାଇଚାରା ମାହୁଲ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନିହାର ରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ଶେଷଦେବ ଖମାରୀ, ପିତାମ୍ବର ବରିହା, ତରୁଣ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ନିରଞ୍ଜନ ପଣ୍ଡା, କଲାକାର ଅତିଥି ବ୍ୟାସଦେବ ପୁରୋହିତ ମଞ୍ଚାସୀନ ଥିଲେ। ଦିଲୀପ ମିଶ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନା କାର୍ୟ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ୟ୍ୟକ୍ରମ କୁ ଅର୍ଜୁନ କୁମାର ସାହୁ ପରିଚାଳନା କରିଥିଲେ। ଏହି ଅବସରରେ ତହଁକ୍ ସାହିତ୍ୟ ସମ୍ମାନ ଆନନ୍ଦ ଚନ୍ଦ୍ର ସାହୁ, ଲୋକକଳା ସମ୍ମାନ ଶାଶ୍ଵତ ତ୍ରିପାଠୀ, ଯୁବ ପ୍ରତିଭା ସମ୍ମାନ ଜଗନ୍ନାଥ ସାହୁ ଏବଂ ଓସାକା ହାଇଦ୍ରାବାଦ କୁ ଅନୁଷ୍ଠାନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଲଜୁରି ଗାଁ ଏଭଲି ଏକ ସୁନ୍ଦର କାର୍ୟ୍ୟକ୍ରମ କରିଥିବାରୁ ଗାଁ କମିଟୀ କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।

ଏହି କାର୍ୟ୍ୟକ୍ରମରେ ରାଜୀବ ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା ଏହି ବୈଠକରେ ଗୋପୀନାଥ ଦଣ୍ଡସେନା, ରାମପ୍ରସାଦ ବାଗ, ଅତିଥି ଭାବରେ ମଞ୍ଚାସୀନ ଥିଲେ ଏହି ଅବସରରେ କବିତା, ଗୀତ, ନାଚ ଏବଂ ଲୋକ କଲାକାର ମାନେ ମଞ୍ଚ କୁ ଦୁଲକେଇ ଦେଇଥିଲେ। ଏହାକୁ ରୁକ୍ମଣ ବିଶ୍ବାଲ, ପ୍ରଭାସିନି ଭୋଇ, ଭରତ ନାଏକ ଏବଂ ଆଲ୍ଲାଦିନୀ ପାଣିଗ୍ରାହୀ ଦାସ ସଂଯୋଜନା କରିଥିଲେ। ଶେଷରେ କୁମରମଣି ସାହୁ ଧନ୍ୟବାଦ ଦେଇଥିଲେ।