Odia News Portal

 ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳ ରେ ଏପରି  ଜଣେ ଭାଗ୍ୟହୀନ କ୍ରିକେଟର ଅଛନ୍ତି, ଯିଏକି ଟିମ୍ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ସୁଯୋଗ ଦିଆଯାଉ ନାହିଁ । ଏହି କ୍ରିକେଟର ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହୋଇଛନ୍ତି । ଆଜିକାଲି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ସିରିଜ୍ ଭାରତରେ ଚାଲିଛି । ଏହି ଖେଳାଳିଙ୍କୁ ନିଶ୍ଚିତ ଭାବରେ ଭାରତୀୟ ଟେଷ୍ଟ ଦଳର ସ୍କ୍ୱାଡରେ ସୁଯୋଗ ମିଳିଛି । କିନ୍ତୁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ଅଧିନାୟକ ରୋହିତ ଶର୍ମା ତାଙ୍କୁ ସୁଯୋଗ ଦେଇ ନଥିଲେ । କ୍ରମାଗତ ଭଲ ପ୍ରଦର୍ଶନ ସତ୍ତ୍ୱେ ଏହି ମ୍ୟାଚ୍ ୱିନର ଖେଳାଳି ଟିମ୍ ଇଣ୍ଡିଆରୁ ଡ୍ରପ୍ ହୋଇଆସୁଛନ୍ତି ।

ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟିମ୍ ଇଣ୍ଡିଆ ର ଚୂଡାନ୍ତ ଏକାଦଶରେ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ସୁଯୋଗ ଦେଇ ନାହାଁନ୍ତି । କୁଲଦୀପ ଯାଦବ ଙ୍କୁ ଅଣଦେଖା କରି ଅଧିନାୟକ ରୋହିତ ଶର୍ମା ଓ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବାମହାତୀ ସ୍ପିନର ଅକ୍ସର ପଟେଲ ଙ୍କୁ ସୁଯୋଗ ଦେଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଏହି ଖେଳାଳିଙ୍କୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରୁ ବାଦ ଦେଇ ଝଡ଼ ସୃଷ୍ଟି କରିଥିଲେ । ଟିମ୍ ଇଣ୍ଡିଆର ‘ଚାଇନାମ୍ୟାନ’ ସ୍ପିନର କୁଲଦୀପ ଯାଦବ ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହୋଇଛନ୍ତି । 

ବାଂଲାଦେଶ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ କୁଲଦୀପ ଯାଦବଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା । କୁଲଦୀପ ଯାଦବ ଏହି ମ୍ୟାଚରେ ମୋଟ ୮ ୱିକେଟ୍ ନେଇଥିଲେ ଓ ପ୍ରଥମ ଇନିଂସରେ ଏକ ଉପଯୋଗୀ ୪୦ ରନ୍ ସ୍କୋର କରିଥିଲେ, ଯାହା ଭାରତକୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ୧୮୮ ରନରେ ଜିତିବାରେ ସାହାଯ୍ୟ କରିଥିଲା । ଏହା ପରେ କୁଲଦୀପ ଯାଦବଙ୍କୁ ପରବର୍ତ୍ତୀ ମ୍ୟାଚରେ ଡ୍ରପ କରାଯାଇଥିଲା । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କୁଲଦୀପ ଯାଦବଙ୍କୁ ବାହାରର ରାସ୍ତା ଦେଖାଯାଇଥିଲା । ତାଙ୍କ ସ୍ଥାନରେ ଜୟଦେବ ଉନାଦକଟ ଚୂଡ଼ାନ୍ତ ଏକାଦଶରେ ଅନ୍ତର୍ଭୁକ୍ତ ହୋଇଥିଲେ । 

କ୍ରିକେଟର ସମସ୍ତ ଭେଟେରାନ୍ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ଭାରତୀୟ ଦଳ ପରିଚାଳନାର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୁଲଦୀପ ଯାଦବ ଟେଷ୍ଟ ଦଳକୁ ଫେରିବାରେ ସକ୍ଷମ ହୋଇ ନାହାଁନ୍ତି । କୁଲଦୀପ ଯାଦବ ତାଙ୍କ କ୍ରିକେଟ୍ କ୍ୟାରିୟରର ଅଧିକାଂଶ ସମୟ ବେଞ୍ଚରେ ବସି ପାଣି ପିଆଉଛନ୍ତି । ଉତ୍କୃଷ୍ଟ ରେକର୍ଡ ସତ୍ତ୍ୱେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଚୂଡ଼ାନ୍ତ ଏକାଦଶରୁ କୁଲଦୀପ ଯାଦବଙ୍କୁ ବାହାର କରିଦିଆଯାଇଥିଲା ।