Odia News Portal

ସ୍କେଚ୍ କହିବ କଙ୍କାଳ କାହାର !

ବେଙ୍ଗଲୁରୁ ବିଶେଷଜ୍ଞଙ୍କ ଦ୍ୱାରା ଅଙ୍କା ଯାଇଛି ମହିଳାଙ୍କ ସ୍କେଚ୍

ଭୁବନେଶ୍ୱର: ଯାଆଁଳା ଫାଣ୍ଡି ପରିସରରୁ ମିଳିଥିବା କଙ୍କାଳର ମିଳିବ ପରିଚୟ | କଙ୍କାଳ ଦେଖି ଅଙ୍କା ଯାଇଥିବା ମହିଳାଙ୍କ ପ୍ରଥମ ସ୍କେଚ୍ ପୋଲିସକୁ ହସ୍ତଗତ ହୋଇଛି | ବେଙ୍ଗଲୁରୁ ବିଶେଷଜ୍ଞଙ୍କ ଦ୍ୱାରା ଅଙ୍କା ଯାଇଛି ମହିଳାଙ୍କ ସ୍କେଚ୍ | ତେବେ ସ୍କେଚ୍ କୁ ଦେଖି ମହିଳାଙ୍କ ପରିଚୟ ହାସଲ ପାଇଁ ଚେଷ୍ଟା କରିବ ପୋଲିସ | ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ପ୍ରଦାନ କରିଛନ୍ତି | ମହିଳାଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ଏହି ସ୍କେଚ୍ ଲଗାଯିବ ବୋଲି ଜଣାପଡିଛି ।

ଜାଆଁଳା ଫାଣ୍ଡି ପରିସରରେ ଥିବା କାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ଚଳାଇଛି ଜୋରଦାର ଛାନଭିନ୍‌ । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିନଥିବାରୁ ପୋଲିସ ପାଇଁ ଏହା ବଡ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି । ତେଣୁ ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ଜାଣିବା ପାଇଁ ମହିଳାଙ୍କ ସ୍କେଲିଟନ୍‌ ମାଧ୍ୟମରେ ତାଙ୍କ ସ୍କେଚ୍‌ ତିଆରି କରିବାକୁ ଚେଷ୍ଟା କରିଥିଲା । ତେବେ ଏହି ସ୍କେଚ୍‌ ଦ୍ବାରା ମହିଳାଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯିବ ବୋଲି ପୋଲିସ ଆଶା ବାନ୍ଧିଛି |