Odia News Portal

ଶିମିଳିପାଳରେ ବଢ଼ିଲା କୁମ୍ଭୀର ସଂଖ୍ୟା, ୮୪କୁ ପାଇଛି ବୃଦ୍ଧି

ଶିମିଳିପାଳରେ ବଢ଼ିଲା କୁମ୍ଭୀର ସଂଖ୍ୟା ।  ୮୪କୁ ବୃଦ୍ଧି ପାଇଛି କୁମ୍ଭୀରଙ୍କ ସଂଖ୍ୟା । ଗତବର୍ଷ ତୁଳନାରେ ୩ଟି ବଢିଛନ୍ତି । ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ କୁମ୍ଭୀର ଅଛନ୍ତି । ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା ରିପୋର୍ଟ ଆସିବା ପରେ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ।  ଉତ୍ତର ଓ ଦକ୍ଷିଣ ଶିମିଳିପାଳର ମୋଟ ୧୬ଟି ରେଞ୍ଜରେ ଗଣନା ହୋଇଥିଲା । ପ୍ରତି ରେଞ୍ଜରେ କୁମ୍ଭୀର ଗଣନା ପାଇଁ ରେଞ୍ଜର, ଫରେଷ୍ଟର ଓ କର୍ମଚାରୀଙ୍କୁ ନେଇ ୩୦ଟି ଟିମରେ ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଥିଲେ । ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଅଧିକ ଗୋମୁହାଁ ବା ମଗର ପ୍ରଜାତିର କୁମ୍ଭୀର ଦେଖାଯାଇଥାନ୍ତି । ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ବନଖଣ୍ଡରେ ଗୋଟିଏ, ରାମତୀର୍ଥରେ ୫ଟି କୁମ୍ଭୀର ରହିଛନ୍ତି ।  ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ରହିଛନ୍ତି ।