Odia News Portal

ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନ ପ୍ରସ୍ତୁତ: ଏସ୍‌ଆର୍‌ସି

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ୟାଶ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ। ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଆଇଏମ୍‌ଡି ଡିଜି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଏସ୍‌ଆର୍‌ସି ପ୍ରଦୀପ ଜେନା ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି ।

ଏସ୍‌ଆର୍‌ସିଙ୍କ କହିବା ଅନୁଯାୟୀ ,ବାତ୍ୟାର ରୂପ ରେଖ ସ୍ପଷ୍ଟ ହୋଇନାହିଁ ।ସମ୍ଭାବ୍ୟ ବାତ୍ୟା ନେଇ ଲୋକେ ଭୟଭୀତ ହୁଅନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜୀବ ଭବନରୁ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ବାତ୍ୟା ମୁକାବିଲା ସମ୍ପର୍କରେ ଆଲୋଚନା କରିଛନ୍ତି । ଆବଶ୍ୟକ ମାନବସମ୍ବଳ ସହ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।

ଗତକାଲି ମଧ୍ୟ ସମ୍ଭାବ୍ୟ ବାତ୍ୟା ୟାସ୍‌ର ମୁକାବିଲା ନେଇ ବିଭିନ୍ନ ବିଭାଗ ସହ ରାଜ୍ୟର ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଏସଆରସି ଆଲୋଚନା କରିଥିଲେ ।