Odia News Portal

କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସାଙ୍ଘାତିକ ହେଉଥିବା ସମୟରେ ହସ୍ପିଟାଲରେ ବେଡ୍ ଅଭାବ, ଆକ୍ରାନ୍ତଙ୍କୁ ଚିକିତ୍ସାରେ ଅବହେଳା ଓ ଅକ୍ସିଜେନର ଅଭାବ ଭଳି ସମସ୍ୟା ସାମ୍ନାକୁ ଆସିବାରେ ଲାଗିଛି । ତେଣୁ ଦେଶରେ କରୋନା ସ୍ଥିତି ଓ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତିଭୂମିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଛନ୍ତି ୩ଟି ଜରୁରୀ ବୈଠକ | ପ୍ରଥମେ ଦେଶର ବରିଷ୍ଠ ଅଧିକାରୀଙ୍କ ସହ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି | ଏହାପରେ ୧୦ଟି ସର୍ବାଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଚାଲିଛି ଆଲୋଚନା | ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ | କେରଳ, ରାଜସ୍ଥାନ, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନ| ଦିଲ୍ଲୀ, ମଧ୍ୟପ୍ରଦେଶ, ଗୁଜରାଟ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା | ଦିନ ସାଢେ ୧୨ଟାରେ ଦେଶର ଅକ୍ସିଜେନ୍ ଉତ୍ପାଦକଙ୍କ ସହ କରିବେ ବୈଠକ | ବିଭିନ୍ନ ଭାଗରେ ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଯୋଗାଇଦେବାରେ ସଂକଟ ସୃଷ୍ଟି ହୋଇଛି| ଅକ୍ସିଜେନ ଅଭାବ ଦେଖାଦେଇଥିବା ରାଜ୍ୟଙ୍କୁ ତୁରନ୍ତ ଯୋଗାଇ ଦେବାକୁ ହେବ ନିଷ୍ପତ୍ତି |