Odia News Portal

ପ୍ରକଳ୍ପ ଉଦଘାଟନ କରିଥାନ୍ତେ ମନ୍ତ୍ରୀ, ସାଂସଦ, ବିଧାୟକ କିନ୍ତୁ ଉଦଘାଟନ କରିଦେଲେ ପୌରାଧ୍ୟକ୍ଷା

ଭଦ୍ରକରେ ଫଳକ ଉଦଘାଟନକୁ ନେଇ ତେଜିଛି ବିବାଦ ଫଳକରେ ରହିଛି ମନ୍ତ୍ରୀ, ବିଧାୟକ, ଏବଂ ସାଂସଦଙ୍କ ନାମ କିନ୍ତୁ ଉଦଘାଟନ କରିଦେଲେ ପୌରପାଳିକା ପୋୖରାଧ୍ୟକ୍ଷା । ଯାହା ନେଇ ଏବେ ଭଦ୍ରକ ରାଜନୀତି ରୋଚକ ମୋଡ ନେଇଛି । ମନ୍ତ୍ରୀ ବିଧାୟକ ସଂସଦ ଉଦଘାଟନ କରିବା ପୂର୍ବରୁ ପୌରାଧ୍ୟକ୍ଷା ପ୍ରକଳ୍ପକୁ ଉଦଘାଟନ କରିବା କଥା କୁ ହଜମ କରିପାରିନାହାଁନ୍ତି ବିଜେପି କର୍ମୀ । ସୂଚନା ଅନୁଯାଇ ଭଦ୍ରକ ପୌରାପଳିକା ଅଧୀନରେ ମଠସାହି ସ୍ଥିତ ନୂଆ ବସଷ୍ଟାଣ୍ଡ ନିକଟରେ ପ୍ରାୟ ୮୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ସ୍ମଶାନ, ୬୦  ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିବା ଶୌଚାଳୟ ଏବଂ ୨୫  ଲକ୍ଷ ଟଙ୍କା ବ୍ୟୟ ରେ ଇଭି ଚାର୍ଜଙ୍ଗ ଷ୍ଟେସନ ଆଜି ଉଦଘାଟନ ହେବାର ଥିଲା । ଯେଉଁଥିରେ ଅତିଥି ଭାବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଶୀତାଂଶୁ ଶେଖର ମହାପାତ୍ର, ରାଜ୍ୟସଭା ସାଂସଦ ମନମୋହନ ସାମଲ,ଉଦଘାଟନ କରିଥାନ୍ତେ । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ କିନ୍ତୁ ପୌରପାଳିକାର ପାରିଷଦ ମାନଙ୍କୁ ନେଇ ଉଦଘାଟନ କରିଦେଲେ ପୌରାଧ୍ୟାକ୍ଷା ଗୁଲମ୍ମକି ହବିବ । ଯାହାକୁ ନେଇ ଜେଜିଛି ରାଜନୀତି । ଏହାକୁ ନେଇ ଗୁଳ୍ମକ୍କୀ କହିଛନ୍ତି ଉଦ୍ଘାଟାନ ବାବଦରେ ସୂଚନା ଦେଇନଥିଲେ ପୌରାଧିକାରି ତଥା ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ । ବିନା ସୂଚନା ରେ ବେଆଇନ ଭାବେ ଉଦଘାଟନ ହେଉଥିବା ଜାଣି ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ ମଧ୍ୟ ଜିଲ୍ଲାପାଳ ବ୍ୟସ୍ତ ଅଛନ୍ତି କହି କୌଣସି ସନ୍ତୋଷ ଜଣକ ଉତ୍ତର ଦେଇନଥିଲେ । ଯାହା ଫଲରେ ପାରିଷଦ ଙ୍କୁ ଡକାଇ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଥିବା ବୋଲି ପ୍ରତିକ୍ରିୟାରେ କହିଛନ୍ତି ପୋୖରାଧ୍ୟକ୍ଷା ।

ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି,ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବସି ପୌରାଧ୍ୟାକ୍ଷା ଙ୍କ  ଏପରି ଉଦଘାଟନ କୁ ବିରୋଧ କରିଥିବା ବେଳେ ଜିଲ୍ଲାପାଳ ଙ୍କ ସହ ସାଂସଦ, ବିଧାୟକ, ଏସପି, ଉପଜିଲ୍ଲାପାଳ ମିଳିତ ଭାବେ ଦୀର୍ଘ ସମୟ ଧରି ଆଲୋଚନା ପରେ ବିଧାୟକ କହିଛନ୍ତି ରାଜନୈତିକ ମନ୍ଦ ଉଦେଶ୍ୟ ରଖି ଏପରି କରାଯାଇଛି ଯାହା ଆଜି ଭଦ୍ରକ ପାଇଁ କଳା ଦିବସ ଏବଂ ତାଙ୍କ ଉପରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । ସେହିପରି ସାଂସଦ କହିଛନ୍ତି ଏ ସବୁ ରାଜ ନୈତିକ ଚକ୍ରାନ୍ତ ଅହଂକାର ରଖିବା ଉଚିତ ନୁହଁ, ସମୟ ଅଭାବରୁ ଫୋନ ରେ ନିମନ୍ତ୍ରଣ ଯାଇଛି । ତେବେ ପୂର୍ବରୁ ମଧ୍ୟ ପୌରପାଳିକା ରେ ଉଦଘାଟନ କୁ ନେଇ ଏପରି ରୋଚକ  ଘଟଣା ଦେଖିବାକୁ ମିଳିଥିବା ବେଳେ ଦୀର୍ଘଦିନ ଧରି ପୌରପାଳିକା ରେ ସ୍ଥାୟୀ ପୌରାଧିକାରୀ ଯୋଗ ନଦେବା ଏବଂ ବର୍ତମାନ ଦା୍ୱିତ ରେ ଥିବା ଉପଜିଲ୍ଲାପାଳ ଙ୍କ ମନମୁଖୀ କାର୍ଯ୍ୟ କୁ ନାପସନ୍ଦ କରିଛନ୍ତି ପୌର ପାରିଷଦ ଓ ପୋୖରାଧକ୍ଷା  ।