Odia News Portal

ହୁତୁ ହୁତୁ ହୋଇ ଜଳୁଛି ନଳବଣ, ଅଗ୍ନିକାଣ୍ଡ ପାଇଁ ବିପଦରେ ଜଳଚର ପ୍ରାଣୀ ଓ ପକ୍ଷୀମାନଙ୍କ ଜୀବନ

ନଳବଣରେ ନିଆଁ । ଚିଲିକାର ଅଭୟାରଣ୍ୟର ନଳବଣରେ ଲାଗିଛି ନିଆଁ । ପୁରୀ ଜ଼ିଲ୍ଲା କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗତ ଗୁରୁବାର ରାତିରେ ନଳବଣରେ ନିଆଁ ଲାଗିଥିଲା। କେହି ଦୁବୃର୍ତ୍ତ ମାଛ ଧରିବା ପାଇଁ ନଳବଣରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। । ନଳବଣର ପ୍ରାୟ ୧ କିମି ଅଞ୍ଚଳରେ ନିଆଁ ବ୍ୟାପିଛି। ଏବେବି ନଳବଣ ଜଳୁଥିବା ଜଣାପଡିଛି। ଘଟଣାସ୍ଥଳରେ ACF ଓ DFO ପହଁଞ୍ଚି ଡ୍ରୋନ ସର୍ଭେ କରୁଛନ୍ତି l କଣାସ, ଟାଙ୍ଗୀ,ଓ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଆଲର୍ଟ ରଖାଯାଇଛି। ଏପେଟ ନଳବଣରେ ନିଆଁ ଲାଗିବା ଦ୍ୱାରା ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପିଡ଼ିଛି । ଲୁଣିଆ ହ୍ରହଦର ଜଳଚର ଜୀବ ବିଶେଷ କରି ବିଦେଶାଗତ ପକ୍ଷୀମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ତେବେ ଚିଲିକା ନଳବଣରେ ଏଭଳି ନିଆଁ ନାଲିଗା ନୁହେଁ ଘଟଣା ନୁହେଁ ଆଗରୁ ବି ଅନେକ ଥର ନଳବଣରେ ନିଆଁ ଲାଗିଥିବାର ଖବର ମିଳିଛି। ବାରମ୍ବାର ବାରମ୍ବାର ଏଭଳି ଘଟଣା ଚିଲିକାରେ ବିଦେଶୀ ପକ୍ଷଙ୍କ ଜୀବ ନେଉଛି । ବର୍ତ୍ତମାନ ନଳବଣର ସୁରକ୍ଷା ନେଇ ଚିନ୍ତା ବଢିଛି ।