Odia News Portal

ଫଳ ଓ ପନିପରିବାରେ ଆତ୍ମନିର୍ଭର ହେବ ରାଜ୍ୟ : ଅରୁଣ ସାହୁ

ଜଳବାୟୁ ଅନୁକୂଳ ଫଳ, ପନିପରିବା ଚାଷକୁ ଗୁରୁତ୍ୱ

ଭୁବନେଶ୍ୱର : କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ଉଦ୍ୟାନ କୃଷିର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥିବାରୁ ରାଜ୍ୟରେ ଉଦ୍ୟାନ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଚାଷ କାର୍ଯ୍ୟ ଦ୍ୱାରା ଚାଷୀ ଲାଭବାନ ହେବା ସହିତ ରାଜ୍ୟ ଫଳ ଓ ପନିପରିବାରେ ଆତ୍ମନିର୍ଭର ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଭିଡ଼ିଓ କନ୍ଫଫରେନ୍ସ ମାଧ୍ୟମରେ ଅ।ୟୋଜିତ ଉଦ୍ୟାନ କୃଷି କ୍ଷେତ୍ର କର୍ମଚାରୀମାନଙ୍କ ଦକ୍ଷତା ବିକାଶ ଓ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ମଇ ୧୫ ତାରିଖ ସୁଦ୍ଧା ନିଜ ନିଜ ଜିଲ୍ଲାର ଉଦ୍ୟାନ କୃଷିର କାର୍ଯ୍ୟଖସଡ଼ା ବିଭାଗରେ ଦାଖଲ କରିବା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ । ଏହା ଦ୍ୱାରା ବର୍ଷ ଅ ।ରମ୍ଭରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର କରିହେବ ବୋଲି ମନ୍ତ୍ରୀ କହିଥିଲେ । ବିଭାଗ ଦ୍ୱାରା ଉନ୍ନତ ମାନର ଓ ପର୍ଯ୍ୟାପ୍ତ ସଂଖ୍ୟକ ଚାରା ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ ଏବଂ ଯୋଗାଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ରାଜ୍ୟରେ ଉଦ୍ୟାନ କୃଷିଜାତ ଦ୍ରବ୍ୟର ଯଥେଷ୍ଟ ଚାହିଦା ଥିବାରୁ ଅଧିକରୁ ଅଧିକ ଚାଷୀ ଉଦ୍ୟାନ କୃଷି ନିମନ୍ତେ ମନୋନିବେଶ କରିବା ଦିଗରେ କ୍ଷେତ୍ର କର୍ମ·ରୀମାନେ ସଚେତନତା ସୃଷ୍ଟି କରିବା ଅ ।ବଶ୍ୟକ । ସଂପ୍ରତି କୃଷକମାନେ ଉଦ୍ୟାନ କୃଷି ପ୍ରତି ଅଧିକ ଅ।କୃଷ୍ଟ ହେଉଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ କୋଭିଡ୍ ମହାମାରୀ ସତ୍ୱେ ଚାଷୀମାନେ ପର୍ଯ୍ୟାପ୍ତ ପରିମାଣର ପନିପରିବା ଉତ୍ପାଦନ କରିପାରିଥିଲେ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେହିପରି ରାଜ୍ୟରେ କନ୍ଦମୂଳ, କଖାରୁ, ଲେମ୍ବୁ, ବାଇଗଣ, କାଜୁବାଦାମ, ନଡ଼ିଅ। ଅ।ଦି ଉତ୍ପାଦନରେ ଉଲ୍ଳେଖନୀୟ ସଫଳତା ହାସଲ କରିପାରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ  ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-“ଟି’ର କଡ଼ାକଡ଼ି ଅନୁପାଳନ ପୂର୍ବକ ବିଭିନ୍ନ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଏହାର ସୁଫଳ ଚାଷୀମାନଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ । ମନ୍ତ୍ରୀ ଡ. ସାହୁ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଜାତୀୟ ହର୍ଟିକଲଚର ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଂ·ଇ ଯୋଜନା, ରାଜ୍ୟ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଦ୍ୟାନ କୃଷି କାର୍ଯ୍ୟକ୍ରମ ବିଶଦ ଭାବେ ସମୀକ୍ଷା ନିମନ୍ତେ ରାଜସ୍ୱ ଡିଭିଜନ ସ୍ତରୀୟ ସମୀକ୍ଷା ବୈଠକ ଅ।ୟୋଜନ କରାଯିବ ବୋଲି ମନ୍ତ୍ରୀ କହିଥିଲେ  ।

ବୈଠକ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦେଶକ  ରୋହିତ କୁମାର ଲେଙ୍କା ୨୦୧୯-୨୦ ଏବଂ ୨୦୨୦-୨୧ ବର୍ଷରେ କରାଯାଇଥିବା ବିିଭିନ୍ନ କାଯର୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ଉଦ୍ୟାନକୃଷି କ୍ଷେତ୍ର କର୍ମ·ରୀମାନେ ଯୋଗଦେଇଥିଲେ  ।