Odia News Portal

ଗଞ୍ଜାମକୁ ଘାରିଲା ସୁରଟ ଫେରନ୍ତାଙ୍କ ଚିନ୍ତା

ସୁରଟରୁ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଆସିଛନ୍ତି ଶହ ଶହ ଓଡିଆ
ରେଳଷ୍ଟେସନରୁ ବାହାରୁଥିବା ପ୍ରତିଟି ସୁରଟ ଫେରନ୍ତାଙ୍କର ଥର୍ମାଲ ସ୍କ୍ରିନିଂ

ଭୁବନେଶ୍ୱର: ସୁରଟରୁ ଆଜି ଓଡିଶା ଆସିଲା ଟ୍ରେନ ।ତେବେ ଏହି ଟ୍ରେନରେ ସୁରଟରୁ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଶହ ଶହ ଓଡିଆ ଓଡିଶା ଆସିଛନ୍ତି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲୁଥିବାରୁ ମାନସିକ ରଖିଥିବା ଲୋକେ ଘରକୁ ଫେରୁଛନ୍ତି । ଗୁଜରାଟ ଓ ମହାରାଷ୍ଟ୍ର ଅଚଂଳରୁ ବହୁ ଲୋକ ଫେରିଛନ୍ତି ଏହି ଟ୍ରେନରେ । ତେବେ ଗୁଜରାଟ ଓ ମହାରାଷ୍ଟ୍ରରେ ବର୍ତମାନ ସଂକ୍ରମଣ ଉପରମୁହାଁ ହୋଇଥିବା ସମୟରେ ରାଜ୍ୟରେ ଦେଖା ଦେଇଛି କରୋନା ଭୟ । ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ସୁରଟ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିଛି । ରେଳଷ୍ଟେସନରୁ ବାହାରୁଥିବା ପ୍ରତିଟି ସୁରଟ ଫେରନ୍ତାଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ସେହିଭଳି ଯେଉଁ ମାନଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଉଛି ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି ।ତେବେ ଏହା ପରେ ପଜିଟିଭ୍ ଆସିଲେ ସଙ୍ଗରୋଧ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।