Odia News Portal

ରାଜ୍ୟରେ ତୃତୀୟ ଲହର ନିମନ୍ତେ ସରକାରଙ୍କ ସତର୍କତା

ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଆକ୍ରନ୍ତ ଙ୍କ ସଂଖ୍ୟା ବିଶେଷଜ୍ଞଙ୍କମାନଙ୍କ କହିବା ଅନୁସାରେ ଏହା ତୃତୀୟ ଲହର ସୃଷ୍ଟି କରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୩୧ ରୁ ଜାନୁୟାରୀ ୨ ପର୍ୟ୍ୟନ୍ତ ସମସ୍ତ ସର୍ବସାଧାରଣ ସ୍ଥଳକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଏପର୍ୟ୍ୟନ୍ତ, ବିହାରରେ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିନୋମ ସିକ୍ୱେନ୍ସିଂ ଲାଗି ସଂଗୃହୀତ ନମୁନାଗୁଡ଼ିକୁ ପଠାଯାଉଛି। ଡାକ୍ତରମାନେ ନୂତନ ମାମଲାଗୁଡ଼ିକୁ ଡେଲଟା ଏବଂ ଡେଲଟା ପ୍ଲସ ଭାରିଆଣ୍ଟସ ଭାବରେ ଚିହ୍ନଟ କରୁଛନ୍ତି।
ଏପରିସ୍ଥଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ମତାମତ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।ଲୋକଙ୍କୁ ରକ୍ଷା କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି। ମେଡିକାଲ କର୍ମଚାରୀମାନେ ଏ ସମ୍ପର୍କରେ ବିଭିନ୍ନ ପ୍ରସ୍ତୁତି କରିଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଡାକ୍ତରଙ୍କ ଅବଦାନ ପ୍ରଶଂସନୀୟ ଥିଲା ବୋଲି କହି ନୀତିଶ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି।