Odia News Portal

ଟିଫିନ୍ ବୋମା ଜବତ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ମିଳିତ ତଲାସି ଅଭିଯାନରେ ୨ଟି ଟିଫିନ ବୋମା ସହ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡ଼ା ଗାଁ ନିକଟରୁ ଏହି ଟିଫିନ ବୋମା ଜବତ କରାଯାଇଛି। ଯବାନମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ କେନ୍ଦୁଗୁଡ଼ା ରାସ୍ତାରେ ଏହି ଟିଫିନ ବୋମା ଜବତ କରିଥିଲେ। ବୋମାକୁ ନିଷ୍କ୍ରିୟ କରାଯାଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି।