Odia News Portal

ମଣିଷକୁ ଖାଇଗଲା ମହାବଳ ବାଘ

ମଣିଷକୁ ଖାଇଗଲା ମହାବଳ। ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରେ ପଡ଼ିଛି ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼ । ମଣିଷର ଅଧା ଦେହକୁ ଖାଇ ବାଘ ଚାଲିଯାଇଥିବା ପାରିପାର୍ଶ୍ଵିକ ସ୍ଥିତିରୁ ସନ୍ଦେହ କରାଯାଉଛି । ମୃତ ବ୍ୟକ୍ତି ଜଣକ ଯଶିପୁର ଥାନା ବସନ୍ତପୁର ଗାଁର ସାଧୁ ନାଏକ।

ଗତକାଲି ସାଧୁ ନାଏକ ସକାଳୁ ଛେଳି ପାଇଁ ଡାଳ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ହେଲେ ସେଠାରୁ ଆଉ ସେ ଘରକୁ ଫେରିନଥିଲେ । ସୋମବାର ସକାଳୁ ସକାଳୁ ତାଙ୍କର ଦୁଇଟି କ୍ଷତାକ୍ତ ଗୋଡ଼ ମିଳିଥିଲା । ଏହାସହ ତାଙ୍କର ଲୁଙ୍ଗି ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଯଶୀପୁର ପୋଲିସ ଓ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଯଶୀପୁର ପୋଲିସ ଓ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।