Odia News Portal

ଆଜିଠୁ ପ୍ରବଳ ଛେଚିବ

ଭୁବନେଶ୍ୱର: ଆଗାମୀ ୨ରୁ ୩ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ । ପ୍ରାକ୍ ମୌସୁମୀ ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମୌସୁମୀ ପ୍ରଭାବରେ ଓଡ଼ିଶାର କେତୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଜୁନ୍ ୧୧ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ପୁର୍ବ ଆକଳନ ଅନୁଯାୟୀ ଓଡ଼ିଶା ଛୁଇଁବ ବୋଲି କୁହାଯାଇଛି।

ଆଗାମୀ ୨-୩ ଦିନ ମଧ୍ୟରେ ଓଡିଶାର କିଛି ଅଂଶ ଏବଂ ପଶ୍ଚିମବଙ୍ଗର ଅଧିକ ଅଂଶରେ ପ୍ରବେଶ କରିବ।ତେବେ ଜୁନ୍୧୧ ବେଳକୁ ଉତ୍ତର ବଙ୍ଗୋପସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଜୁନ୍ ୧୧ ଓ ୧୨ରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବ୍ୟାପକ ବୃଷ୍ଟିପାତ ଆକଳନ କରାଯାଇଛି।

ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, କୋରାପୁଟ ଜିଲ୍ଲାରେ ପ୍ରବଳବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ବର୍ଷା ପାଣି ଜମିବା ସହ ଅକସ୍ମାତ ବନ୍ୟା ପରିସ୍ଥିତି ଉପୁଜିପାରେ । ମାଟି ରାସ୍ତା ପ୍ରଭାବିତ ହୋଇପାରେ । ମତ୍ସ୍ୟଜୀବୀଙ୍କୁ ୧୦ରୁ ୧୨ ତାରିଖ ମଧ୍ୟରେ ସମୁଦ୍ରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ୧୦ ତାରିଖ ସଂଧ୍ୟା ସୁଦ୍ଧା ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଉପକୂଳକୁ ଫେରି ଆସିବାକୁ ସୂଚନା ଜାରି କରାଯାଇଛି ।