Odia News Portal

ଆଜି ଚାଷୀଙ୍କ ଆକାଉଣ୍ଟକୁ ‘କାଳିଆ ଟଙ୍କା’ପଠାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା ।ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀମାନଙ୍କୁ ‘କାଳିଆ ସହାୟତା ରାଶି ପ୍ରଦାନ କରିବେ । କୃଷକ ଦିବସ ଓ ଅକ୍ଷୟ ତୃତୀୟାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସହାୟତା ରାଶି ଶୁକ୍ରବାର ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ । ଆଜି ସ୍ୱତନ୍ତ୍ର ଭର୍ଚୁଆଲ ଉତ୍ସବରେ ଏ ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ରାଜ୍ୟର କାଳିଆ ହିତାଧିକାରୀଙ୍କ ଜମାଖାତାକୁ ପଠାଇବାର ଶୁଭାରମ୍ଭ କରିବେ ।

ସୂଚନା ଅନୁଯାୟୀ, ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଚାଷୀମାନଙ୍କୁ ଖରିଫ ଓ ରବି ଫସଲ ଉତ୍ପାଦନରେ ସହାୟତା ପାଇଁ ରାଜ୍ୟ ସରକାର ଅଭିନବ ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ । ଗତ ଫେବ୍ରୁଆରୀ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ‘କାଳିଆ’ ସହାୟତା ବଣ୍ଟନ କରିଥିଲେ । ଏଥିରେ ମୋଟ ୫୩ ଲକ୍ଷ ଚାଷୀ ଲାଭବାନ ହୋଇଥିଲେ । ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ୧୬ ଲକ୍ଷ ଭୂମିହୀନଙ୍କ ଆକାଉଣ୍ଟକୁ ୧୨୭୨ କୋଟି ଟଙ୍କା ପଠାଯାଇଥିଲା ।