Odia News Portal

ଶ୍ରମିକଙ୍କ ପାଇଁ ହେଲପଲାଇନ୍ ନମ୍ବର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି ।ତେବେ ଏହି ମହାମାରୀ ସମୟରେ ରାଜ୍ୟ ସରକାର ଶ୍ରମିକଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି । ଶ୍ରମିକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ହେଲପଲାଇନ୍ ନମ୍ବରଟି ଟୋଲ୍ ଫ୍ରି ଅଟେ । ରାଜ୍ୟ ସରକାର ଜାରି କରିଥିବା ଏହି ନମ୍ବର ହେଲା – ୧୮୦୦୩୪୫୬୭୦୩ । କୌଣସି ସମସ୍ୟା ଥିଲେ ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଶ୍ରମିକମାନେ ସେମାନଙ୍କ ସମସ୍ୟା ବିଷୟରେ ଜଣାଇପାରିବେ ।