Odia News Portal

ଆସନ୍ତାକାଲି କେଦାରନାଥ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୫ ତାରିଖ (ଶୁକ୍ରବାର) କେଦାରନାଥ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ କେଦାରନାଥଙ୍କୁ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ମୋଦୀଙ୍କ ଗସ୍ତ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବୁଧବାର କେଦାରନାଥ ପହଂଚି ଥିଲେ। ସେ ଭଗବାନ ଶିବଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏଥି ସହିତ ସେ ମନ୍ତ୍ରିମଣ୍ଡଳର ଅନ୍ୟ ସହଯୋଗୀ ହରକ ସିଂହ ରାୱତ ଓ ସୁବୋଧ ଉନିୟାଲଙ୍କ ସହିତ ଏଠାରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେମାନେ ଦେବସ୍ଥାନମ ବୋର୍ଡ ଭଙ୍ଗ ଦାବି କରୁଥିବା ତୀର୍ଥ ପୁରୋହିତ ଓ ପଣ୍ଡା ସମାଜର ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। 

ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ମୋଦୀଙ୍କ କଦୋରନାଥ ଆସିବା ପୂର୍ବରୁ ହିମାଳୟୀ ଧାମର ପୁରୋହିତଙ୍କୁ ଶାନ୍ତି କରିବାକୁ ଉଦ୍ୟମ ହୋଇଛି। ମୋଦୀଙ୍କ ଗସ୍ତକୁ କେହି ବିରୋଧ କରି ନାହାନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି କିପରି ଚାଲିଛି, ଏହାର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ କେଦାରନାଥ ପହଂଚିଥିଲେ। ଉତ୍ତରାଖଣ୍ଡକୁ ବିଶ୍ବର ଆଧ୍ୟାତ୍ମିକ ଓ ସାଂସ୍କୃତିକ ରାଜଧାନୀ ଭାବରେ ଗଢ଼ି ତୋଲିବାକୁ ଲକ୍ଷ୍ୟ ରଖାଯାଇଛି।