Odia News Portal

ଆସନ୍ତାକାଲି ନବୀନଙ୍କୁ ଭେଟିବେ ଜଗନ

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗ ନେଇ ହେବ ଆଲୋଚନା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ଜଗନ । ପୋଲାଭରମ ପ୍ରକଳ୍ପ ଏବଂ ସୀମା ବିବାଦ ସମ୍ପର୍କରେ ଆଲୋଚନା ହେବ ବୋଲି କୁହାଯାଉଛି । ବାରମ୍ବାର କୋଟିଆକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ଉପୁଜୁଛି । ଏଣୁ ଏହି ସମ୍ପର୍କରେ ଆଲୋଚନା କରାଯିବ । କାଲି ଅପରାହ୍ନ ସାଢେ ଚାରିଟା ବେଳେ ଜଗନ ଭୁବନେଶ୍ୱରରେ ପହଂଚିବେ । ସଂଧ୍ୟା ୫ଟାରୁ ୭ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ଜଗନ । ସାକ୍ଷାତ ପରେ କାଲି ହିଁ ଅମରାବତୀ ଫେରିଯିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।