Odia News Portal

ନୂଆ ବର୍ଷରୁ ଲାଗୁ ହେବ ପରିବହନ ବିଭାଗର ନୂଆ ନିୟମ

ପରିବହନ ବିଭାଗର ଏଣିକି ନୋ ଅଫଲାଇନ ବ୍ୟବସ୍ଥା ନାହିଁ କେବଳ ଅନଲାଇନ ବ୍ୟବସ୍ଥା ଜାରି ହୋଇଛି । ନୂଆବର୍ଷରୁ ବଡ଼ ସଂସ୍କାର ଆଣିବାକୁ ପରିବହନ ବିଭାଗର ଉଦ୍ୟମ । ଡ଼ିଏଲଠୁ ଆରମ୍ଭ କରି ଗାଡି ପରମିଟି ଭଳି ସମସ୍ତ କାର୍ୟ୍ୟ ଏଣିକି ଅନଲାଇନରେ ହେବ ବୋଲି ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନାଦେଇଛନ୍ତି । ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଏହିସବୁ କାର୍ୟ୍ୟରେ ମିଡ଼ିଲ ମ୍ୟାନ ବା ଦଲାଲମାନଙ୍କର ଭୂମିକା ରହୁଥିଲା । ଅନେକାଶଂରେ ମିଡ଼ିଲମ୍ୟାନ ମାନଙ୍କର ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ସମସ୍ତ କାର୍ୟ୍ୟ ଅନଲାଇନ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ନୂଆବର୍ଷରୁ ଲାଗୁ ହେବ ।