Odia News Portal

ରକ୍ତ ରଞ୍ଜିତ ହେବ ସୁଲିଆ ପୀଠ

ବଲାଙ୍ଗୀର: ବଲାଙ୍ଗିର ପ୍ରସିଦ୍ଧ ସୁଲିଆ ଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି । ୧୯ ତାରିଖରେ ସୁଲିଆ ଯାତ୍ରା ହେବ । ଖଇରିଗୁଡ଼ା ଠାରେ ସୁଲିଆ ଯାତ୍ରା କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ସବୁଥର ଭଳି ଏଥର ମଧ୍ୟ ବଳି ପକାଯିବ ବୋଲି ନିଷ୍ପତ୍ତି ହୋଇଛି। କୋଭିଡ଼ କଟକଣା ମାନି ଯାତ୍ରା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ସୁଲିଆ ଯାତ୍ରା ପାଳନ କରାଯାଇଥାଏ । ଖଇରଗୁଡା ଠାରେ ଥିବା ବଡ ଖଳା ଏବଂ କୁମୁରିଆଠାରେ ସାନ ଖଳାରେ ଖୋଲା ଆକାଶ ତଲେ ପୂଜାର୍ଚ୍ଚନା ହେବା ସହିତ ହଜାର ହଜାର ପଶୁପକ୍ଷୀଙ୍କ ବଳି ପଡିଥାଏ । ଏଥର କରୋନା ସମୟରେ ଯାତ୍ରା ପଡୁଥିବାରୁ କୋଭିଡ କଟକଣା ମାନି ସୁଲିଆ ଯାତ୍ରା ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

କିନ୍ତୁ କରୋନା ଯୋଗୁଁ ଏଥର ପ୍ରଥମ ଥର ପାଇଁ ମୀନାବଜାର,ଦୋକାନ ବଜାରକୁ ଯାତ୍ରାରେ ବାରଣ କରାଯାଇଛି । ଭକ୍ତମାନଙ୍କୁ ମାସ୍କ ପିନ୍ଧି ସୁଲିଆ ଦେବତାଙ୍କ ଆଶୀର୍ବାଦ ନେବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡିବ ବୋଲି ଯାତ୍ରା କମିଟି ନିଷ୍ପତ୍ତି ନେଇଛି ।ତେବେ ସୁଲିଆ ଯାତ୍ରା ସମୟରେ ଦେହୁରୀ, ପୂଜକ ତଥା ବଳି ଦେଉଥିବା ବ୍ୟକ୍ତି କପଡା ଜିନିଷ ପିନ୍ଧନ୍ତି ନାହିଁ । ବକ୍କଳ ଧାରଣ କରନ୍ତି । ତେଣୁ ସେମାନେ ମାସ୍କ ପିନ୍ଧିବେ ନାହିଁ, ଅନ୍ୟମାନେ ମାସ୍କ ପିନ୍ଧି ଯାତ୍ରାରେ ସାମିଲ ହେବେ ।