Odia News Portal

ୟୁଏଇରେ ହେବ ଟି-୨୦ ବିଶ୍ୱକପ, ସୂଚନା ଦେଲେ ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଘଟିଲା ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ । ଟି-୨୦ ବିଶ୍ୱକପକୁ ନେଇ ଲାଗି ରହିଥିବା ଦ୍ୱନ୍ଦର ହେଲା ସମାଧାନ । ଚଳିତ ଟି-୨୦ ବିଶ୍ୱକପ ଭାରତ ଆୟୋଜନ କରୁଛି । ତେବେ କରୋନାର ସ୍ଥିତିକୁ ଦେଖି ୟୁଏଇ ହେବ ମ୍ୟାଚ । ଆଜି ଏନେଇ ସ୍ପଷ୍ଠ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଅକ୍ଟୋବର-ନଭେମ୍ବର ମାସରେ ଅନୁଷ୍ଠିତ ହେବ ମ୍ୟାଚ । ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ଯେ, ଟି୨୦ ବିଶ୍ୱକପକୁ ୟୁଏଇ ସ୍ଥାନାନ୍ତର ପାଇଁ ଆମେ ଆନୁଷ୍ଠାନିକ ଭାବେ ଆଇସିସିକୁ ଜଣାଇଛୁ । ଏହି ଇଭେଣ୍ଟ ସମ୍ପର୍କିତ କାର‌୍ୟ୍ୟସୂଚୀ ଚୂଡାନ୍ତ କରାଯାଉଛି ।

ଟି୨୦ ବିଶ୍ୱକପ୍ ଭାରତରେ ହେବାର ଥିଲା । କିନ୍ତୁ ଗମ୍ଭୀର କୋଭିଡ୍-୧୯ ସ୍ଥିତି ଯୋଗୁଁ ଭାରତରେ ଏହି ଇଭେଣ୍ଟ ଆୟୋଜନ କରିବା କଷ୍ଟକର ହୋଇପଡିଥିଲା । ଚଳିତ ମାସ ଆରମ୍ଭରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ଏହି ଟୁର୍ଣ୍ଣାମେଣ୍ଟ ଉପରେ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଚାରି ସପ୍ତାହ ସମୟ ଦେଇଥିଲା ଆଇସିସି । ୟୁଏଇରେ ଅକ୍ଟୋବର ୧୭ରୁ ଟି୨୦ ବିଶ୍ୱକପ୍ ଆରମ୍ଭ ହୋଇପାରେ । ଏନେଇ ଖୁବଶୀଘ୍ର ଆଇସିସି ପକ୍ଷରୁ ଔପଚାରିକ ଘୋଷଣା କରାଯିବା ସମ୍ଭାବନା ରହିଛି ।