Odia News Portal

୧୬ରୁ ଖୋଲିବ କଲେଜ ଓ ୟୁନିଭରସିଟି

ଭୁବନେଶ୍ୱର: ଭୁବନେଶ୍ୱର: କରୋନା ପରିସ୍ଥିତି ବୃଦ୍ଧିକୁ ନଜର କରି ସରକାର ଅନ୍ଲାଇନ୍ କ୍ଲାସ୍ କରାଇବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ କେତେକ ପିଲାଙ୍କ ପାଇଁ ଅନ୍ଲାଇନ୍ କ୍ଲାସ୍ ସୁଲଭ ଏବଂ ଫଳପ୍ରଦ ହୋଇପାରିନଥିଲା । ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଆସିଥିବା ଯୋଗୁଁ ସରକାର ବିଭିନ୍ନ କୋଭିଡ ଗାଇଡ୍ଲାଇନ୍ ଉପରେ କୋହଳ କରିବାରେ ଲାଗିଛନ୍ତି । ତେବେ ଏଥି ମଧ୍ୟରେ ପିଲାମାନଙ୍କ ପାଠପଢ଼ା ସୁବିଧାକୁ ନଜରରେ ରଖି ସରକାର ଅଫଲାଇନ୍ କ୍ଲାସ୍ ଖୋଲିବା ପାଇଁ ମଧ୍ୟ ନିଷ୍ପତି ନେଇଛନ୍ତି ।

ତେବେ ଏହି ନିଷ୍ପତିରେ ପିଜି ପ୍ରଥମ ବର୍ଷ ଏବଂ ଫାଇନାଲ ବର୍ଷ ପାଇଁ ହିଁ ଅଫ୍‌ଲାଇନ୍‌ରେ ପାଠପଢ଼ା ହେବାପାଇଁ ସରକାର ନିଷ୍ପତି କରିଛନ୍ତି । ଆସନ୍ତା ୧୬ରୁ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ଉଭୟ ବର୍ଗର ପିଲାଙ୍କ ପାଇଁ ସମସ୍ତ କଲେଜ ଏବଂ ୟୁନିଭର୍ସିଟି ଖୋଲିବା ଏବଂ ପାଠପଢ଼ା ଆରମ୍ଭ ହେବା ନେଇ ବିଭାଗୀୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ମିଳିଛି । ତେବେ ସମସ୍ତ କୋଭିଡ ଗାଇଡ୍‌ଲାଇନ୍ ସହ କ୍ଲାସ୍ ହେବ ଏବଂ ପିଜି/ୟୁଜି ଫାଇନାଲ୍ ପରୀକ୍ଷା କିନ୍ତୁ ଅନ୍ଲାଇନ୍‌ରେ ହିଁ ହେବ ବୋଲି ବିଭାଗୀୟ ପକ୍ଷରୁ ସୂଚନା ମିଳିଛି ।