Odia News Portal

ଅନଲାଇନରେ ହେବ ୟୁଜି ପିଜି ପରୀକ୍ଷା

ଭୁବନେଶ୍ୱର: ୟୁଜି ପିଜି ପରୀକ୍ଷା ନେଇ ଆଜି ସବୁ ଡିଗ୍ରୀ କଲେଜର ଅଧ୍ୟାପକଙ୍କ ସହ ବୈଠକ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ତେବେ ଚଳିତ ବର୍ଷ ଅନଲାଇନରେ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ । ପିଲାଙ୍କ ପରିକ୍ଷା ଦାୟିତ୍ୱ ନେବେ ଶିକ୍ଷକ । ପ୍ରତି ଶିକ୍ଷକଙ୍କ ମନିଟରିଙ୍ଗରେ ରହିବେ କିଛି ଛାତ୍ର ଛାତ୍ରୀ । ଅନଲାଇନ ପରୀକ୍ଷା କିଭଳି କରାଯିବ ସେ ନେଇ ଶିକ୍ଷକମାନେ ବୁଝିବେ । ପିଲାଙ୍କ ମେଣ୍ଟର ଦାୟିତ୍ୱ ନେବେ ଶିକ୍ଷକ । ମିଟିଂ ପରେ ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା ।

ଆଜିଠାରୁ ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ଏଭଳି ଦାୟିତ୍ୱ ଦିଆଯାଇଥିବାର ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । କରୋନା ମହାମାରୀ ଯୋଗୁଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । ତେବେ ଚଳିତବର୍ଷ ଅନଲାଇନରେ ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରଛାତ୍ରୀମାନେ ଦ୍ବନ୍ଦରେ ଥିଲେ । ଉପାନ୍ତ ଅଂଚଳରେ ମୋବାଇଲ ନେଟୱାର୍କ ନଥିବାବେଳେ ସମସ୍ତଙ୍କ ପାଖରେ ମୋବାଇଲ ନଥିବାରୁ କିଭଳି ଅନଲାଇନ ପରୀକ୍ଷା ପିଲାମାନେ ଦେଇପାରିବେ ସେନେଇ ଆଜି ଆଲୋଚନା ହୋଇଥିଲା ।