Odia News Portal

ନିଆରା ବିବାହ, ବରକୁ ୨୦ କନିଆଁକୁ ୪୫

ଲକ୍ଷେ୍ନø: ସମ ବୟସ୍କ ଝିଅ ସହ ବିବାହ କରାଇବାକୁ କହି ଫଟୋ ଦେଖାଇଥିଲେ । କିନ୍ତୁ ୨ ଛୁଆର ମା ସହ କରାଇଦେଲେ ବିବାହ । ଜଣେ ୨୦ ବର୍ଷୀୟ ଯୁବକ ସହ ଜଣେ ୪୫ ବର୍ଷୀୟା ମହିଳାଙ୍କ ବିବାହ କରାଯାଇଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଏଟୱାରେ ଘଟିଛି ଏଭଳି ଘଟଣା । ଶତ୍ରୃଘ୍ନ ସିଂ ନାମକ ଜଣେ ଯୁବକଙ୍କ ସହ ଘଟିଛି ଏଭଳି ଘଟଣା । ବିବାହ ଠିକ କରାଇଦେବାକୁ ମଧ୍ୟସ୍ଥି ୩୫ ହଜାର ନେଇଥିଲା । ତେବେ ସେ ୨ ଛୁଆର ମା ସହ ବିବାହ କରାଇବାକୁ ଆଣିଥିଲେ । ଏହା ଦେଖିବା ପରେ ଯୁବକ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ ।