Odia News Portal

ଚିକିତ୍ସା କରାଇବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କଲେ ତାନ୍ତ୍ରିକ ଏବଂ ତାଙ୍କ ସହଯୋଗୀ

ଲକ୍ଷୌ: ଚିକିତ୍ସା କରାଇବା ବାହାନରେ ଦୁଷ୍କର୍ମ କଲେ ବାବା । ବୟସର ତାରତମ୍ୟ ଭୁଲିଯାଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ଅନ୍ୟ ଦୁଇଜଣ ସହଯୋଗୀ ମଧ୍ୟ ଏଥିରେ ସପୃକ୍ତିଥିବା ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶ ମେରୁଟରୁ ଆସିଛି ଏଭଳି ଖବର । ଲିସାଡି ଗେଟ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡିଛି । ସେପଟେ ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।