Odia News Portal

ଆଜିଠାରୁ ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ

ଭୁବନେଶ୍ବର: ଆଜିଠୁ ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରାଯିବ ଟିକାକରଣ । ତେବେ କୋଭିଡ ସଂକ୍ରମଣ ବଢୁଥିବାରୁ ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟିକାକରଣକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗିର, ଅନୁଗୁଳ, କେନ୍ଦୁଝର, ବରଗଡ, ନବରଙ୍ଗପୁର, ମୟୁରଭଞ୍ଜ,ନୂଆପଡା, ସୁନ୍ଦରଗଡ, କଳାହାଣ୍ଡିରେ ସଂକ୍ରମଣ ବଢୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ ।ବିଦ୍ୟାଳୟ ଓ କଲେଜ ଶିକ୍ଷକ, ବୁଲା ବିକାଳି, ଅଟୋ ଓ ବସ ଡ୍ରାଇଭର, ମାଛମାଂସ ବିକ୍ରେତା, ସେଲୁନ, ରେଷ୍ଟୁରାଂଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ୍ କରାଯିବ। ଦୁଇ ସପ୍ତାହ ମଧ୍ୟରେ ଏହି ବର୍ଗର ବ୍ୟକ୍ତିଙ୍କ ଟିକାକରଣ ସାରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।