Odia News Portal

ରାଜ୍ୟର ୩୦୨ କେନ୍ଦ୍ରରେ ଚାଲିଛି ଟିକାକରଣ

*ଆଜି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ |

ଭୁବନେଶ୍ୱର: ରାଜ୍ୟରେ ୩୦୨ କେନ୍ଦ୍ରରେ ଚାଲିଛି ଟିକାକରଣ । ତେବେ ଆଜି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ଅଛି । ଗତକାଲି ରାଜ୍ୟକୁ ୯୦ ହଜାର କୋଭିସିଲ୍ଡ ମିଳିଛି । ଆଜି ସବୁ ଜିଲ୍ଲାରେ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ବର୍ତମାନ ରାଜ୍ୟରେ ୧ଲକ୍ଷ ୧୯ ହଜାର କୋଭିସିଲ୍ଡ ୩ଲକ୍ଷ ୪୬ ହଜାର କୋଭାକ୍ସିନ ଅଛି ।

୧ କୋଟି ୨ଲକ୍ଷ ଜଣ ସର୍ବଭାରତୀୟ ସ୍ତରରେ ୧୮ରୁ ୪୪ ବର୍ଷ ପଞ୍ଜିକରଣ କରିଛନ୍ତି । ଗତକାଲି ୪୬୯ କେନ୍ଦ୍ରରେ ୪୩ ହଜାର ୮୫୩ଜଣ ଟିକା ନେଇଛନ୍ତି । ଆଜି ଯାଏ ସମୁଦାୟ ୫୭ଲକ୍ଷ ୪୮ ହଜାର ୭୬୯ ଟିକାକରଣ ହୋଇଛି । ତେବେ ମେ ପହିଲାରୁ ଟିକାକରଣ ଆରମ୍ଭ ହେବ ନଚେତ ଡେରି ହେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।