Odia News Portal

୫ରୁ ୧୨ ବର୍ଷର ଶିଶୁ ନେବେ ଟିକା

୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କୋର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡିଛି କୋର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲି -ଇ । ଟିକାର ଜରୁରୀକାଳିନ ବ୍ୟବହାର ଲାଗି ଅନୁମତି ଲୋଡିଛି ଏହି କମ୍ପାନୀ । ଶିଶୁଙ୍କୁ ଏହି ଟିକା ପ୍ରଦାନ ନେଇ କମ୍ପାନୀ ପକ୍ଷରୁ ସମସ୍ତ ତଥ୍ୟ ରଖାଯାଇଛି । ୫ରୁ ୧୨ ବର୍ଷର ଶିଶୁଙ୍କୁ ଏହି ଟିକା ପ୍ରଦାନ କରାଯିବ । ଖୁବଶୀଘ୍ର ଡିସିଜିଆଇ ଟିକାର ବ୍ୟବହାର ନେଇ ନିଷ୍ପତ୍ତି ନେବ । ଟିକାର ସୁରକ୍ଷା ଏବଂ ରୋଗ ପ୍ରତିରୋଧକାରୀ ଶକ୍ତି ସୃଷ୍ଟି କରୁଥିବା ତଥ୍ୟର ସମୀକ୍ଷା ପରେ ଅନୁମତି ପ୍ରଦାନ କରିପାରେ । ତେବେ ଟିକାର ଦର ଟିକସକୁ ବାଦ ଦେଲେ ୧୪୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାକୁ ନିର୍ଦ୍ଧାରିତ ବ୍ୟବଧାନରେ ଦୁଇ ଥର ନେବାକୁ ପଡିବ ।