Odia News Portal

ଟିକାକରଣ ଆଉ ଏକ ରେକର୍ଡ କଲା ଓଡିଶା

ଭୁବନେଶ୍ୱର: ଓଡ଼ିଶା ଟିକାକରଣ କ୍ଷେତ୍ରରେ ଆଉ ଏକ ରେକର୍ଡ ସୃଷ୍ଟି କରିଛି । ଟିକାକରଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଓଡିଶା । ବୁଧବାର ପୁଣି ଥରେ ରାଜ୍ୟରେ ଟିକାକରଣ ସଂଖ୍ୟା ୪ଲକ୍ଷ ଅତିକ୍ରମ କରିଛି । ଗୋଟିଏ ଦିନରେ ୪ଲକ୍ଷ ୫ହଜାର ୪୫୩ ହିତାଧିକାରୀ ଟିକା ନେଇଛନ୍ତି । ରାଜ୍ୟରେ ଏବେ ମୋଟ ଟିକାକରଣ ସଂଖ୍ୟା ୨କୋଟି ୮୭ଲକ୍ଷ ୩୪ହଜାର ୮୪୯ ରେ ପହଞ୍ଚିଛି । ରାଜ୍ୟରେ ମୋଟ ଟିକାକରଣ ମଧ୍ୟରୁ ୩ ଲକ୍ଷ ୫୨ ହଜାର ୨୪୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଓ ୨ ଲକ୍ଷ ୯୬ହଜାର ୬୯୯ ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି ।

ସେହିପରି ୩ ଲକ୍ଷ ୪୯ ହଜାର ୩୧୨ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୨ଲକ୍ଷ ୮୭ହଜାର ୪୫୫ ଜଣ ଦ୍ୱିତୀୟ ଡୋଜ୍ ଲେଲେଣି । ୧୮ରୁ ୪୪ ବର୍ଷ ମଧ୍ୟରେ ୧କୋଟି ୧୧ଲକ୍ଷ ୩୦ହଜାର ୪୩ ଜଣ ପ୍ରଥମ ଡୋଜ୍ ଓ ୨୪ଲକ୍ଷ ୧୯ ହଜାର ୮୫୧ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ୯୧ଲକ୍ଷ ୯୨ହଜାର ୬୪୯ ଜଣ ପ୍ରଥମ ଡୋଜ୍ ଓ ୪୭ଲକ୍ଷ ୬ହଜାର ୫୯୬ ଜଣ ଦ୍ୱିତୀୟ ଡୋଜ୍ ନେଲେଣି । ରାଜ୍ୟରେ ମୋଟ ୧ଲକ୍ଷ ୬୪ହଜାର।